ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୭-୦୬-୨୦୨୧
ରେକର୍ଡ ପରେ ରେକର୍ଡମୁହାଁ କରୋନା ତାଣ୍ଡବ, ଆଜି ସର୍ବାଧିକ ୫୯ ଜଣଙ୍କର ମୃତ୍ୟୁ । କରୋନା ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଆଜି ସବୁ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟା ମଧ୍ୟରେ ୫୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୩୫୮କୁ ବୃଦ୍ଧି ପାଇଛି ।ଆଜି ଅନୁଗୁଳ ଜିଲାରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ବରଗଡ ଜିଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ଖୋର୍ଦ୍ଧା ଜିଲାରେ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଛି । କଟକ ଜିଲାରୁ ୨, ଢେଙ୍କାନାଳ ଜିଲାରୁ ୫, ଗଞ୍ଜାମରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।ଜଗତସିଂହପୁର ଜିଲାରେ ଜଣେ ପ୍ରାଣ ହରାଇଥିବାବେଳେ ଯାଜପୁରରେ ୨, କଳାହାଣ୍ଡିରେ ୩, କେନ୍ଦ୍ରାପଡାରେ ୩ ଜଣ କରୋନା ସଂକ୍ରମିତଙ୍କର ଜୀବନ ହାନି ଘଟିଛି ।

କୋରାପୁଟରେ ଜଣେ, ମୟୁରଭଞ୍ଜରେ ୨ ଜଣ, ନବରଙ୍ଗପୁର ଜିଲାରେ ୩, ନୟାଗଡ ଜିଲାରେ ୪, ପୁରୀ ଜିଲାରେ ୫ ଜଣଙ୍କର ଜୀବନ ନେଇଛି କରୋନା । ସେହିଭଳି ରାୟଗଡା ଜିଲାରେ ୪ ଜଣ ଓ ସୁନ୍ଦରଗଡ ଜିଲାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
