News portal website
before header
[URIS id=5393]

ଉଦଳା ଉପ ଡାକଘର ଅବସ୍ଥା ସୁଧିରିବ କେବେ ?

0 292

ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ

ତା-୦୬-୦୭-୨୦୨୧

କପ୍ତିପଦା ଉପଖଣ୍ଡର ଉଦଳାରେ ଉପ ଡାକଘରର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ଓ ଗାଁମାନଙ୍କର ଡାକଘର ଖୋଲି ସମସ୍ତ ନାଗରିକମାନଙ୍କୁ ସୁବିଧା ଦେବାର ଯୋଜନା ଆଜି ବାଟବଣା ହେବାକୁ ଯାଉଛି । ଡାକସେବା , ଇଂସୁରାନ୍ସ , ସଞ୍ଚୟ ଯୋଜନା , ପୋଷ୍ଟାଲ ଅର୍ଡର , ଷ୍ଟାମ୍ପ, ଡାକ ଟିକଟ ଓ ରେଜିଷ୍ଟ୍ରି ଚିଠି , ସ୍ପୀଡ଼ପୋଷ୍ଟ ଇତ୍ୟାଦି ଯୋଜନା ମାଳମାଳ ହେଲେ ଡାକଘରୁ ସେବା ପାଇବାରେ ବିଫଳ ଦେଖା ଯାଉଛି ।

ଗ୍ରାହକ ମାନେ ଡାକଘରକୁ ଆସି ସୁବିଧା ପାଉ ନାହାନ୍ତି । କୌଣସି ଜିନିଷ ଉପଲବ୍ଧ ହୋଇ ପାରୁନି । ଏପରିକି ଇଣ୍ଟରନେଟରେ ବିଭିନ୍ନ ସେବା ଥିଲେ ମଧ୍ୟ ତାହା ଠିକ ସମୟରେ ମିଳୁନାହିଁ । ଟଙ୍କା ଉଠାଣର ସୁବିଧା ଉପ ଡାକଘର ତରଫରୁ ମିଳୁନି । ଜଣେ ଗ୍ରାହକ କୋଡିଏ ହଜାରରୁ ଅଧିକ ଟଙ୍କା ଉଠେଇ ପାରୁନାହିଁ । ରେଭନିୟୁ ଟିକଟ ମାଗିଲେ ମିଳୁନି ଏପରିକି ଆଇ . ପି .ଓ ମଧ୍ୟ ଉପଲବ୍ଧ ହୋଉ ନାହିଁ । ଉପଖଣ୍ଡର ବଡ ଡାକଘରର ଅବସ୍ଥା ଯଦି ଏହିପରି ନାହିଁ ନାହିଁ ରେ ଚାଲେ ତାହେଲେ ଗାଁମାନଙ୍କର ଡାକଘରର ଅବସ୍ଥା କଣ ଥିବ ।

ଏଥିରୁ ଜଣାପଡୁଛି ଯେ ଗ୍ରାହକମାନେ ତାଙ୍କର ଯେଉଁ ସବୁ ମୌଳିକ ସୁବିଧା ଡାକଘରୁ ପାଇବା ପାଇଁ ଆସନ୍ତି ସେମାନେ ନିରାଶ ହୋଇ ଫେରି ଯାଆନ୍ତି । ଊପ ଡାକଘର ପାଖରେ ପୋଷ୍ଟାଲ ଇନ୍ସପେକ୍ଟର ଅଫିସ ଅଛି ହେଲେ ଅଧିକାରୀ ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି । ତାଙ୍କର ଅଧିନରେ ଥିବା ଡାକଘରର ସମସ୍ୟାକୁ ଜିଲ୍ଲା ଅଧିକାରୀଙ୍କୁ ଅବଗତ ନକରିବା ଫଳରେ ଉପଖଣ୍ଡର ଅନେକ ଡାକଘର ଅଫିସ ଖୋଲା ରହୁଛି କିନ୍ତୁ ସେବା ଯୋଗାଇ ଦେବାର ବିଫଳ ।

ଏପରିକି ଗାଁ ଡାକଘର ଗୁଡିକ ଅଧିକାଂଶ ସମୟ ବନ୍ଦ ରହୁଛି । ଏହି ଡାକ ସେବା ପାଇବା ପାଇଁ ଦିନକୁ ପ୍ରାୟ ହଜାର ହଜାର ଲୋକ ଆସନ୍ତି କିନ୍ତୁ ନିରାଶ ହୋଇ ଫେରି ଯାଆନ୍ତି । ଏଣୁ ଡାକ ବିଭାଗର ଉପରିସ୍ଥ ଅଧିକାରୀମାନେ ଉଦଳା ଉପ ଡାକଘରର ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଗ୍ରାହକ ମହଲରେ ଦାବି କରୁଛନ୍ତି।

ଉଦଳା-ଜଗବନ୍ଧୁ ପ୍ରଧାନଙ୍କ ରିପୋର୍ଟ

Leave A Reply

Your email address will not be published.