News portal website
before header
[URIS id=5393]

ସନ୍ଧ୍ୟାରେ ମୋଦୀଙ୍କ ବାସଭବନରେ ଜରୁରୀ ବୈଠକ, ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ହେବ ଚର୍ଚ୍ଚା !

0 203

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୬-୦୭-୨୦୨୧

ଚଳିତ ସପ୍ତାହରେ ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ । ଏହାପୂର୍ବରୁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଜରୁରୀ ବୈଠକ ବସିବ । ଏହି ବୈଠକରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବାବଦରେ ଆଲୋଚନା ହେବ ବୋଲି ସୂଚନା ମିଳୁଛି ।ମଙ୍ଗଳବାର ସନ୍ଧ୍ୟାରେ ବସିବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ ମଧ୍ୟ ଉପସ୍ଥିତ ରହିବେ ।

ସେହିପରି ବିଜେପି ସଭାପତି ଜେପି ନଡ୍ଡା, ପିୟୁଷ ଗୋଏଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୈଠକରେ ସାମିଲ ହେବେ ବୋଲି ଜଣାପଡିଛି ।ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ଗତ କିଛିଦିନ ଧରି କଳ୍ପନାଜଳ୍ପନା ଜାରି ରହିଛି । ତେବେ ଏହି ସପ୍ତାହରେ କିମ୍ବା ଦିନେ ଦୁଇଦୁଇଦିନ ମଧ୍ୟରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି। ଏବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୫୨ ଜଣ ସଦସ୍ୟ ଅଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ତେବେ ସୂଚନା ଅନୁସାରେ ୨୦ ଜଣ ନୂଆ ସଦସ୍ୟ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି କରିପାରନ୍ତି। ତେଣୁ ଏବେ ମନ୍ତ୍ରିମଣ୍ଡଳର କଳେବର ୭୦ରୁ ୮୦ ପର୍ଯ୍ୟନ୍ତ ହେବା ନେଇ ଅନୁମାନ କରାଯାଉଛି।ଏପରିକି କିଛି ବରିଷ୍ଠ ମନ୍ତ୍ରୀଙ୍କ ବିଭାଗ ବଦଳିପାରେ। କିଛି ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଥିବାରୁ ଏଥିରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି ।

କିଛି ନେତାଙ୍କ ପ୍ରଦର୍ଶନ ଅନୁସାରେ ବାଦ ବି ପଡ଼ିପାରନ୍ତି। ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ମୋଦୀଙ୍କ ଅଦଳବଦଳରେ ୟୁପି, ମହାରାଷ୍ଟ୍ରର ନେତାଙ୍କୁ ସ୍ଥାନ ମିଳିପାରେ। ସେହିପରି ପଶ୍ଚିମବଙ୍ଗ, ଆସାମର ନେତାମାନେ ଏଣ୍ଟ୍ରି କରିପାରନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.