ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୬-୦୭-୨୦୨୧
ରାଜ୍ୟରେ କରୋନା ସଂକ୍ରମଣ କମୁନଥିବା ପ୍ରଶାସନ ପାଇଁ ଚିନ୍ତା ବଢାଇଥିବାରୁ କେନ୍ଦ୍ରୀୟ କୋଭିଡ ଟିମ୍ ଆଜି ପୁରୀ ଓ ଜଗତସିଂହପୁର ଗସ୍ତ କରି ସେଠାକାର ସଂକ୍ରମଣ ସ୍ଥିତି ସମୀକ୍ଷା କରିବେ । ଗତକାଲିଠାରୁ ଦୁଇଜଣିଆ କୋଭିଡ ଟିମ୍ ଭୁବନେଶ୍ବରରେ ଆସି ପହଞ୍ଚିଥିଲେ । ଏହି ଟିମରେ କୋଲକାତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ଡାକ୍ତର ପ୍ରଶାନ୍ତ ରାଘବ ମହାପାତ୍ର ରହିଛନ୍ତି ।

କେନ୍ଦ୍ରୀୟ ଟିମ୍ ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବାବଦରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କେନ୍ଦ୍ରୀୟ ଟିମ୍ ପାଖରେ ସାମଗ୍ରିକ ରିପୋର୍ଟ ରଖିଛନ୍ତି । ଏହାପରେ କେନ୍ଦ୍ରୀୟ ଟିମ୍ ଫିଲ୍ଡ ଭିଜିଟ ପାଇଁ ଭୁବନେଶ୍ୱରରେ ଘରୋଇ ଡାକ୍ତରଖାନା ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
