News portal website
before header
[URIS id=5393]

ବ୍ରିଟେନ ରେ କରୋନା ଉଠିବାକୁ ନେଇ ଚାଲିଛି ବିଚାର ବିମର୍ଷ

0 188

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୬-୦୭-୨୦୨୧

କରୋନା ଓ ଟିକାକରଣକୁ ନେଇ ବ୍ରିଟେନରୁ ଏକ ଭଲ ଖବର ଆସିଛି । ବ୍ରିଟେନରେ କରୋନା କଟକଣାକୁ ପୂରା ଉଠାଇ ଦିଆଯିବ । ଏଣିକି ଲୋକ ବିନା ମାସ୍କ ଓ ସାମାଜିକ ଦୂରତା ବିନା ବୁଲି ପାରିବେ । ଟିକାକରଣ ସହ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ବ୍ରିଟେନ୍ ମାସ୍କ ମୁକ୍ତ ଦେଶ ହେବାକୁ ଯାଉଛି । ବ୍ରିଟିଶ୍ ସରକାର ଏହି ଦିନକୁ ସ୍ୱାଧୀନତାର ଦିନ ଭାବେ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ବୋରିଶ ଜନସନ କହିଛନ୍ତି, ‘ଆମେ ସାମାଜିକ ଦୂରତା, ମୁହଁରେ ମାସ୍କ ଆଦି ନିୟମକୁ ଶେଷ କରିବାକୁ ଯାଉଛୁ । ଯଦି ଆପଣ ଏହି ନିୟମକୁ ମାନିବାକୁ ଚାହୁଁଛନ୍ତି ତ ଆମେ ରୋକିବୁ ନାହିଁ । ଜୁଲାଇ ୧୯ରୁ କଟକଣା ହଟାଇବା ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ୧୨ ଜୁଲାଇରେ ନିଆଯିବ ।’ଚତୁର୍ଥ ପର୍ଯ୍ୟାୟରେ କେବଳ ମାସ୍କ କି ସାମାଜିକ ଦୂରତା ନୁହେଁ ଅନ୍ୟ କେତକ କଟକଣାକୁ ସରକାର ଉଠାଇ ନେବେ ।

ନାଇଟ୍ କ୍ଲବ୍, ମ୍ୟୁଜିକ୍ କନସର୍ଟ, ବିବାହ ଉତ୍ସବ, ସିନେମା ହଲ୍ ଓ ସମସ୍ତ ବାଣିଜ୍ୟିକ ଅନୁଷ୍ଠାନ ପୁଣି ଥରେ ଖୋଲିବାକୁ ଅନୁମତି ମିଳିବ ।ବ୍ରିଟେନ୍ ଜନସଂଖ୍ୟାର ୬୪ ପ୍ରତିଶତ ଲୋକ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ସରକାର ଟିକାକରଣ ଶକ୍ତିରେ କଟକଣା ଉଠାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ଇସ୍ରାଏଲ୍, ଭୁଟାନ, ଆମେରିକା, ନ୍ୟୁଜିଲାଣ୍ଡ ଓ ଚୀନ୍ ଆଦି ଦେଶ ମାସ୍କ ମୁକ୍ତ ହୋଇ ସାରିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.