ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୬-୦୭-୨୦୨୧
ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି । ସମସ୍ତ କର୍ମଚାରୀ ପୂର୍ବଭଳି କାର୍ଯ୍ୟରେ ଯୋଗ ଦେବେ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କେବଳ ଶନିବାର ଓ ରବିବାର ଅଫିସ ବନ୍ଦ ରହିବ ।ଏପ୍ରିଲ ୧୯ରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାଦାନ ତଥା ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ପ୍ରବର୍ତ୍ତିତ ୫୦ ପ୍ରତିଶତ ଉପସ୍ଥାନକୁ ପ୍ରତ୍ୟାହାର କରି ନିଆଯାଇଛି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଆଜିଠୁ ସମସ୍ତ କାର୍ଯ୍ୟ ଦିବସରେ ଯୋଗଦେବାକୁ କୁହାଯାଇଛି । ଯେହେତୁ ଶେଷ ବର୍ଷ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଗୋଟିଏ ପରେ ଗୋଟିଏ କରିବାକୁ ପଡିବ।ଏକାଡେମିକ୍ ବର୍ଷର ବିଳମ୍ବ ହେତୁ ଏହି ଛାତ୍ରମାନେ ମଧ୍ୟ ଅଧିକ କଷ୍ଟ ପାଇବେ ନାହିଁ, ସେଥିପାଇଁ ୫୦ ପ୍ରତିଶତ ରୋଷ୍ଟର ଆଟେଣ୍ଡାଣ୍ଟ ସିଷ୍ଟମ ପ୍ରତ୍ୟାହାର କରି ନିଆଯାଇଛି ବୋଲି ସୂଚନା ଦିଆଯାଇଛି ।

କରୋନା ପ୍ରୋଟୋକଲ ଯେପରିକି ଫେସ୍ ମାସ୍କ, ହ୍ୟାଣ୍ଡ୍ ସାନିଟାଇଜେସନ୍, ସାମାଜିକ ଦୂରତା କଡାକଡି ପାଳନ କରାଯିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି।କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଅଫିସ୍ ଆସିବେ । ସମସ୍ତେ କୋଭିଡ୍ ନିୟମ ପାଳନ କରିବେ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
