ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୫-୦୭-୨୦୨୧
କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି କରୋନା ମାମଲା ଉପରେ ନଜର ରଖୁଥିବା ସରକାରୀ ପ୍ୟାନେଲର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି ।

କୋଭିଡ କଟକଣା ଠିକ୍ ରୂପେ ପାଳନ କରା ନଗଲେ ଏପରି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ ବୋଲି ପ୍ୟାନେଲର ସଦସ୍ୟ ଡ. ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି । ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିବ ।ଦ୍ୱିତୀୟ ଲହରର ଶୀର୍ଷ ସଂକ୍ରମଣ ତୁଳନାରେ ତୃତୀୟ ଲହରର ଶୀର୍ଷ ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଖୁବ କମ୍ ରହିବ ।

ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହରରେ ସଂକ୍ରମଣ ଗ୍ରାଫ ଯେତେବେଳେ ଶୀର୍ଷରେ ଥିବ ସେତେବେଳେ ଦେଶରେ ପ୍ରତ୍ୟେକ ଦିନ ୧,୫୦,୦୦୦ରୁ ୨,୦୦,୦୦୦ ମଧ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବେ । ତୃତୀୟ ଲହରରେ ଅପେକ୍ଷାକୃତ କମ୍ ରୋଗୀଙ୍କୁ ଡାକ୍ତରଖାନାର ଆବଶ୍ୟକତା ପଡିବ । କୌଣସି ନୂଆ କରୋନା ଭ୍ୟାରିଆଣ୍ଟ ସୃଷ୍ଟି ନ ହେଲେ ସ୍ଥିତି ଏପରି ରହିବ ।

ଇତିମଧ୍ୟରେ ଯଦି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୁଏ ତେବେ ତୃତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।ଆଇଆଇଟି କାନପୁରର ପ୍ରଫେସର ଥିବା ଡକ୍ଟର ଅଗ୍ରୱାଲ ଏକ ଗାଣିତିକ ମଡେଲ ଯୋଗେ ଏହି ଆକଳନ କରିଛନ୍ତି । ସେ ପ୍ରସ୍ତୁତ କରିଥିବା ଗାଣିତିକ ମଡେଲ ମୁତାବକ, ଅକ୍ଟୋବର ପ୍ରଥମ ସପ୍ତାହରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବ । ନଭେମ୍ବର ଆରମ୍ଭ ବେଳକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ।

ତେବେ ନଭେମ୍ବର ୧୫ ବେଳକୁ ସଂକ୍ରମଣ ଗ୍ରାଫ ଧୀରେଧୀରେ ନିମ୍ନମୁହାଁ ହେବ । ତୃତୀୟ ଲହର ଏତେ ଭୟାବହ ହେବନି । କିନ୍ତୁ ମାସ୍କ ନ ପିନ୍ଧିଲେ ଏବଂ ଶକ୍ତିଶାଳୀ ନୂଆ ଭ୍ୟାରିଆଣ୍ଟ ସୃଷ୍ଟିହେଲେ ତୃତୀୟ ଲହର ଆହୁରି ତୀବ୍ର ଗତିରେ ବ୍ୟାପିବ । ତୃତୀୟ ଲହରର ଶୀର୍ଷ ସଂକ୍ରମଣରେ ଦୈନିକ ସର୍ବାଧିକ ୧.୮ ଲକ୍ଷ ସଂକ୍ରମିତ ଚିହ୍ନଟ ହେବେ ବୋଲି ମଣିନ୍ଦ୍ର ଅଗ୍ରୱାଲ ପ୍ରସ୍ତୁତ କରିଥିବା ଗାଣିତିକ ମଡେଲ ଯୋଗେ ସୂଚନା ଦେଇଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
