ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୩-୦୬-୨୦୨୧
କୋଭିଡ କଟକଣା ପାଇଁ ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରା କରାଇବାକୁ ବିରୋଧ କରିଛନ୍ତି ରାଜ୍ୟସରକାର। ତେବେ ଏହି ନିଷ୍ପତ୍ତିକୁ ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ବର ନୀଳଗିରିବାସୀ କଡା ବିରୋଧ କରିଛନ୍ତି ।ନିଷ୍ପତ୍ତି ପୂର୍ବରୁ ନୀଳଗିରି ରେ ରଥନିର୍ମାଣକୁ ନେଇ ବହୁ ଆନ୍ଦୋଳନ ଦେଖାଦେଇଥିଲା । ପରେ ପ୍ରଶାସନର ଅଚାନକ ଚଢ଼ାଉ ଆଉ ମହାରଣାଙ୍କୁ ଗିରଫ କରିବା ପରେ ଧାର୍ମିକ ଭାବନା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଥିଲା ।

ଭକ୍ତି ଓ ଭାବାବେଗକୁ ବଞ୍ଚାଇ ରଖିବା ଲାଗି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ଼ଃ ସୁଶାନ୍ତ କୁମାର କାନୁନଗୋ ଏକ ମାମଲା ରୁଜୁ କରିଛନ୍ତି । ଫଳରେ ପୁଣି ଥରେ ରଥଯାତ୍ରା ହେବା ନେଇ ଆଶା ସଂଚାର ହୋଇଛି । ନୀଳଗିରି ଜଗନ୍ନାଥ ପ୍ରେମୀ ମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀଙ୍କର ଏଭଳି ନିଆରା ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।
ତେବେ ମାମଲା ରୁଜୁ ହେବା ପରେ ନୀଳଗିରି ବାସିନ୍ଦାଙ୍କ ମନରେ ଏକ ଆଶା ଜନ୍ମିଛି ଯେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ମିଳିପାରିବ । ମାମଲାର ଶୁଣାଣି ପରେ ରଥଯାତ୍ରା ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ।ସୂଚନାଯୋଗ୍ୟ, ଗତବର୍ଷ କୋଭିଡ କଟକଣା ପାଇଁ ରଥ ତିଆରି ହୋଇଥିଲେ ମଧ୍ୟ ରଥଯାତ୍ରା ପାଇଁ ସରକାର ଅନୁମତି ପ୍ରଦାନ କରିନଥିଲେ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ପ୍ରାୟଶ୍ଚିତସ୍ୱରୂପ ମନ୍ଦିର ବେଢାରେ ରଥଯାତ୍ରାର ରୀତିପୂଜା ହୋଇଥିଲା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
