ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୩-୦୭-୨୦୨୧
ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା । ଏପରିକି ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରିଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲା ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ।ସୂଚନାନୁସାରେ, ସଦର ଥାନା ଅନ୍ତର୍ଗତ ଜୋତ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଶନିବାର ସକାଳେ ଲୋକନାଥ ପାଳ ନାମକ ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ପତ୍ନୀ ଓ ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରି ଜୀବନ ହାରିଥିଲେ ।ତେବେ ଏହି ଆକ୍ରମଣରେ ସ୍ତ୍ରୀ ଗୁରୁତର ଥିବା ବେଳେ ଝିଅର ମୃତ୍ୟୁ ଘଟିଛି ।ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲୋକନାଥଙ୍କ ସ୍ତ୍ରୀଙ୍କୁ କଟକ ମେଡିକାଲରେ ଭର୍ତ୍ତି କରିଛନ୍ତି । କଣ ପାଇଁ ଲୋକନାଥ ଏପରି କଲେ ତାହା ସ୍ପଷ୍ଟ ହୋଇନାହିଁ । ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
