ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୩-୦୭-୨୦୨୧
ଟ୍ବିନସିଟିରେ କମିବାର ନାଁ ଧରୁନି ସଂକ୍ରମଣ, ଆଜି ଚିହ୍ନଟ ହେଲେ ୨୯୧୭ ଜଣ ନୂଆ କରୋନା ପଜିଟିଭ। କରୋନା ସଂକ୍ରମଣ ଅନ୍ୟ ସ୍ଥାନରେ କମୁଥିଲେ ସୁଦ୍ଧା ଟ୍ବିନସିଟିରେ କମିବାର ନାଁ ଧରୁନି । ଖୋର୍ଦ୍ଧାରେ ସର୍ବାଧିକ ରହିଲେ କଟକ ଦ୍ବିତୀୟରେ ଓ କଟକରେ ସର୍ବାଧିକ ରହିଲେ ଖୋର୍ଦ୍ଧା ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ରହୁଛି ।

ଆଜି ଆଉ ୨୯୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ସେମାନଙ୍କ ମଧ୍ୟରେ ୧୬୭୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୨୪୦ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡିଛି ।

ଆଜି ଅନୁଗୁଳରୁ ୮୬, ବାଲେଶ୍ବରରୁ ୨୩୭, ବରଗଡରୁ ୨୨, ଭଦ୍ରକରୁ ୧୬୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୧୯, କଟକରୁ ୪୨୨, ଦେବଗଡରୁ ୫, ଢେଙ୍କାନାଳରୁ ୭୭, ଗଜପତିରୁ ୬, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୭୯, କେଉଁଝରରୁ ୭୫, ଖୋର୍ଦ୍ଧାରୁ ୫୪୯, କୋରାପୁଟରୁ ୫୫, ମାଲକାନଗିରିରୁ ୫୯, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୯୬, ନୂଆପଡାରୁ ୮, ପୁରୀରୁ ୧୩୨, ରାୟଗଡାରୁ ୫୩, ସମ୍ବଲପୁରରୁ ୨୨, ସୋନପୁରରୁ ୧୨, ସୁନ୍ଦରଗଡରୁ ୪୮ ଓ ଷ୍ଟେଟ ପୁଲରୁ ୧୦୧ ଜଣ ନୂଆ ପଜିଟିଭ ରହିଛନ୍ତି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୯୦୨୬କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୮୮୪୨୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୦୫୫୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏଯାବତ ମୋଟ ୧୩୯୭୯୬୪୯ଟି କରୋନା ନମୁନା ସଂଗ୍ରହ ହୋଇସାରିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
