News portal website
before header
[URIS id=5393]

ଧାନକିଣାର ଅବ୍ୟବସ୍ଥାକୁ ନେଇ ଉଦଳା ବିଜେପି ର ଧାରଣା।

0 293

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

Notice

ତା-୦୩-୦୭-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଚାଷୀମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଚଳିତ ମାସ୧ ତାରିଖ ଠାରୁ ରାସ୍ତା ଅବରୋଧ ଆନ୍ଦୋଳନ ସହ ଅନଶନ ଚାଲୁରହିଥିବା ବେଳେ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଉଦଳା ବିଜେପି ତରଫରୁ ଅନଶନ ବସିଥିବାର ଦେଖିବାକୁ ମିଳିଛି

୫ଗୋଟି ଦାବି ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ମାଧ୍ୟମରେ ମାନ୍ୟବର ରାଜ୍ୟପାଳଙ୍କୁ ଜଣାଇଛନ୍ତି ।ଯେଉଁ ଚାଷୀମାନେ ଧାନ ବିକ୍ରୀ ପାଇଁ ରେଜିଷ୍ଟ୍ରେସନ କରିଛନ୍ତି ସେମାନଙ୍କ ଧାନ ତୁରନ୍ତ କିଣନ୍ତୁ । ବହୁତ ଚାଷୀଙ୍କ ଟୋକନ ଅବଧି ସରିଯାଇଅଛି ସେମାନଙ୍କ ଧାନ ତୁରନ୍ତ କିଣନ୍ତୁ

କେନ୍ଦ୍ର ସରକାରଙ୍କ ଅଧିନରେ ଅଧିକାରୀମାନଙ୍କ ରିପୋର୍ଟକୁ ସମୀକ୍ଷା କରିବା ସହିତ ରାଜ୍ୟର ସମସ୍ତଙ୍କୁ ଅବଗତ କରାଯାଉ । କାଣ୍ଟଛାଣ୍ଟ,ବସ୍ତା,ସୁତୁଲି ଓ ପରିବହନ ଖର୍ଚ୍ଚ ହଡ଼ପ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ତତସହ ମିଲରମାନଙ୍କର ରାଜୁତି ବନ୍ଦ କରାଯାଉ ବୋଲି ଦାବି ଜୋର ଧରିଛି।

ଉକ୍ତ ଅନଶନରେ ଉଦଳାର ବିଧାୟକ ଭାସ୍କର ମଢେଇ , ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ନିହାର ରଞ୍ଜନ ମୋଦି , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ପ୍ରମିଳା ପଣ୍ଡା , ନଗର ବିଜେପିର ଧିରେନ ଖଣ୍ଡେଲୱାଲ , ବରିଷ୍ଠ ବିଜେପି ନେତା ଶରତ ଚନ୍ଦ୍ର ଦାସ , ପୂର୍ବତନ କାଉନସିଲର ପ୍ରଭାତ ପରିଡ଼ା,ଲକ୍ଷ୍ମଣ ମହାପାତ୍ର ,ବିଶ୍ୱରଞ୍ଜନ ମୋଦି ,ପ୍ରାଣକୃଷ୍ଣ ବେରା , ସୀମାନ୍ତ କୁମାର ତ୍ରିପାଠୀ ସହ ବହୁ ସଂଖ୍ୟକ ବିଜେପି କାର୍ଯ୍ୟକର୍ତ୍ତା ଏହି ଧାରଣା ରେ ଯୋଗ ଦେଇ ଥିଲେଥିଲେ।

Leave A Reply

Your email address will not be published.