ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୨-୦୭-୨୦୨୧
ଗୁରୁବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ଅନ୍ତର୍ଗତ ମହିଶପଟା ଅଞ୍ଚଳରେ ଏକ ଝାଡଖଣ୍ଡୀ ହାତୀ ଆତଙ୍କ ସୃଷ୍ଟି କରିଛି।ଶାଳବଣିଗାଁରେ ଏକ କୌତୁହଳପ୍ରଦ ଦୃଶ୍ୟ ଦେଖିବାକୁ ମିଳିଛି । ଝାଡଖଣ୍ଡୀ ଦନ୍ତାହାତୀ ଦୋକାନ ଭାଙ୍ଗି ସେଥିରେ ଥିବା ବିସ୍କୁଟ ଓ କୁରୁକୁରେ ପ୍ୟାକେଟ ଖୋଲି ଖାଉଥିବା ଜଣାପଡିଛି । ସେହି ଅଞ୍ଚଳର ବହୁ ସଂଖ୍ୟକ ଘର ଓ ଗଛ ମଧ୍ୟ ନଷ୍ଟ କରିଦେଇଛି।ସୂତ୍ରରୁ ପ୍ରକାଶ ଯେ, କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଭୀମଦା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଝାଡଖଣ୍ଡ ହାତୀ ଗୁରୁବାର ଦିନ ମହିଷପଟା ଜଙ୍ଗଲରେ ପ୍ରବେଶ କରିଥିଲା।

ଏହା ଶାଳବଣିରେ ଥିବା କିଛି ଦୋକାନରେ ଭାଙ୍ଗି ସେଠାରୁ ଶୁଖିଲା ଖାଦ୍ୟ ଖାଇଛି ।ସୂଚନା ପାଇ ନୀଳଗିରି ରେଞ୍ଜ ଅଧିକାରୀ ମୱାର ଖାନ ଘଟଣାସ୍ଥଳକୁ ଯାଇ ହାତୀକୁ ଜଙ୍ଗଲକୁ ଘୋଉଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଦୀର୍ଘ ଦିନର ଅପରେସନ୍ ପରେ ହାତୀ ବିଳମ୍ବିତ ରାତିରେ ଗୋପାଳପୁର ଜଙ୍ଗଲ ଆଡକୁ ଯାଇଥିବା ଜଣାପଡିଛି ।ଏଠାରେ କହିବା ସାର ଯେ, ମଣିଷ ଜଙ୍ଗଲ କାଟି ପଦା କରିଦେଉଥିବାବେଳେ ଜଙ୍ଗଲୀ ଜନ୍ତୁ ମଣିଷ ରହୁଥିବା ସ୍ଥାନରେ ନିଜ ଅସ୍ତିତ୍ବ ଜାହିର କରିବା ସହ କ୍ଷୋଭ ପ୍ରକାଶ କରୁଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
