News portal website
before header
[URIS id=5393]

୫ ରୁ ୧୭ ମଧ୍ଯରେ ହାଇକୋର୍ଟ ଖୋଲିବା ପାଇଁ ନୂଆ ଗାଇଡଲାଇନ

0 177

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୨-୦୭-୨୦୨୧

ରାଜ୍ୟରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ଆସନ୍ତା ୫ ତାରିଖରୁ ୧୭ ତାରିଖ ମଧ୍ୟରେ ହାଇକୋର୍ଟରେ କାର୍ଯ୍ୟ କରିବା ଲାଗି ଏକ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି ।ଗାଇଡଲାଇନ ଅନୁସାରେ, ପ୍ରତ୍ୟେକ କାର୍ଯ୍ୟ ଦିବସରେ ହାଇକୋର୍ଟର ଗୋଟିଏ ଖଣ୍ଡପୀଠ ଏବଂ ୭ଟି ଜଣିକିଆ ଅଦାଲତ କାର୍ଯ୍ୟ କରିବ । ପ୍ରତିଦିନ ସାଢ଼େ ୧୦ଟାରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହିସବୁ ଅଦାଲତରେ ବିଭିନ୍ନ ମାମଲାର ଶୁଣାଣି ହେବ । ହାଇକୋର୍ଟର ଅଫିସ୍‌ ଏଣିକି ସମ୍ପୂର୍ଣ୍ଣ କର୍ମଚାରୀରେ କାର୍ଯ୍ୟ କରିବ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ପ୍ରତ୍ୟେକ କର୍ମଚାରୀ ହାଇକୋର୍ଟକୁ ଆସିବାବେଳେ ସାଥିରେ ପରିଚୟପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି । ହାଇକୋର୍ଟର ଅଫିସର ଓ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କେବଳ ଆଇନଜୀବୀଙ୍କୁ କେତେକ କ୍ଷେତ୍ରରେ ଆସିବା ପାଇଁ ଅନୁମତି ଦିଆଯାଇପାରିବ ।ସେହିପରି ମାମଲାର ଫାଇଲିଂ ଓ ମାମଲା ସଂକ୍ରାନ୍ତ ବିଭିନ୍ନ ଡକ୍ୟୁମେଣ୍ଟ ଡ୍ରପ୍‌ ବକ୍ସରେ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୨ଟା ମଧ୍ୟରେ ପକାଯିବ ।

ନଚେତ୍‌ ଇ-ମେଲ୍‌ ଜରିଆରେ ମଧ୍ୟ ଫାଇଲିଂ କରାଯାଇପାରିବ ।ପ୍ରତ୍ୟେକ ଫାଇଲ୍‌ର ସାନିଟାଇଜେସନ୍‌ ପାଇଁ ଡ୍ରପ୍‌ ବକ୍ସରେ ପଡିବାର ଗୋଟିଏ ଦିନ ପରେ ମାମଲା ପଞ୍ଜିକୃତ ହେବ । ଯଦି କୌଣସି ମାମଲାର ଜରୁରିକାଳୀନ ଶୁଣାଣି ହେବାର ଥାଏ ତାହେଲେ ଏକ୍ଷେତ୍ରରେ ଜୁଡିସିଆଲ ରେଜିଷ୍ଟ୍ରାର ଏବଂ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ଭିଡିଓ୍‌ କନ୍‌ଫରେନ୍ସିଂ ଜରିଆରେ ସକାଳ ୧୧ଟାରୁ ୧୨ଟା ମଧ୍ୟରେ ରୁଜୁ କରାଯାଇପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.