News portal website
before header
[URIS id=5393]

ଦିନକୁ ଦିନ ଦରଦାମ ବଢୁଥିବା ବେଳେ, ଅର୍ଥନୀତି ତଳମୁହାଁ

0 170

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୨-୦୭-୨୦୨୧

ମହଙ୍ଗା ମାଡ଼, ଆଜି ପୁଣି ଲିଟର ପିଛା ୩୫ ପଇସା ବଢ଼ିଲା ପେଟ୍ରୋଲ୍ । ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି । ଦେଶରେ ପ୍ରତିଦିନ ଦରଦାମ ବଢ଼ି ବଢ଼ି ଚାଲିଛି । ଯାହାକି ସାଧାରଣ ଲୋକଙ୍କ ଜୀବନକୁ ଖାଲି ପ୍ରଭାବିତ କରିନି ବରଂ ବଞ୍ଚିବା ମୁସ୍କିଲ୍ କରି ଦେଲାଣି । ଲଗାତାର ତୈଳଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ଅନ୍ୟ ସାମଗ୍ରୀର ଦର ବଢ଼ିଛି । ଆଜି ମଧ୍ୟ ପେଟ୍ରୋଲ୍ ଦର ବୃଦ୍ଧି ପାଇଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି ପେଟ୍ରୋଲ୍ ।ଆଜିର ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ଲିଟର ପିଛା ୯୯ ଟଙ୍କା ୧୬ ପଇସା ହୋଇଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଏବେ ଦିଲ୍ଲୀରେ ଡିଜେଲ୍ ଲିଟର ପିଛା ୮୯ ଟଙ୍କା ୧୮ ପଇସାରେ ବିକ୍ରି ହେଉଛି ।ଆରଟିଆଇରେ ମିଳିଥିବା ସୂଚନା ଅନୁସାରେ, କରୋନା ସଂକଟ ବେଳେ ପେଟ୍ରୋଲିୟମ ସାମଗ୍ରୀରେ କଷ୍ଟମ ଓ ଏକ୍ସସାଇଜ୍ ଡ୍ୟୁଟିରୁ କେନ୍ଦ୍ର ସରକାର ୫୬ ପ୍ରତିଶତ ଅଧିକ ରାଜସ୍ୱ ଆୟ କରିଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସରକାର ଇନଡାଇରେକ୍ଟ ଟିକସରୁ ପ୍ରାୟ ୨.୮୮ ଲକ୍ଷ କୋଟି ଟଙ୍କା ପାଇଛନ୍ତି ।୨୦୨୦-୨୧ ବର୍ଷରେ ପେଟ୍ରୋଲିୟମ୍ ସାମଗ୍ରୀ ଆମଦାନୀ ଉପରେ ୩୭ ହଜାର ୮୦୬ କୋଟି ଟଙ୍କାର କଷ୍ଟମ ଡ୍ୟୁଟି ଆଦାୟ କରିଛନ୍ତି । ସେହିଭଳି ସେଣ୍ଟ୍ରାଲ୍ ଏକ୍ସସାଇଜ୍ ଡ୍ୟୁଟିରୁ ସରକାର ୪.୧୩ ଲକ୍ଷ କୋଟି ଟଙ୍କା ପାଇଥିବା ବେଳେ ପେଟ୍ରୋଲିୟମ ପଦାର୍ଥ ଉପରେ ଆମଦାନୀ ସୀମା ଶୁଳ୍କ ଭାବେ ୪୬ ହଜାର କୋଟି ଟଙ୍କା ପାଇଛନ୍ତି ।

ମେ ୧ରେ ଦିଲ୍ଲୀରେ ପେଟ୍ରୋଲ୍ ୯୦ ଟଙ୍କା ୪୦ ପଇସା ରହିଥିଲା । ଏବେ ତାହା ବୃଦ୍ଧି ପାଇ ୯୯ ଟଙ୍କା ୧୬ ପଇସାରେ ପହଞ୍ଚିଛି । ଏହିଭଳି ଭାବେ ବିଗତ ୬୦ ଦିନରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ୭୬ ପଇସା ମହଙ୍ଗା ହୋଇଛି । ସେହିଭଳି ଦିଲ୍ଲୀରେ ଡିଜେଲ ଦର ୨ ମାସ ମଧ୍ୟରେ ୮ ଟଙ୍କା ୪୫ ପଇସା ବଢ଼ି ଲିଟର ପିଛା ୮୯ ଟଙ୍କା ୧୮ ପଇସାରେ ବିକ୍ରି ହେଉଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.