ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୩୦-୦୬-୨୦୨୧
ଗତକାଲି କରୋନା ସଂକ୍ରମଣ ସାମାନ୍ୟ କମିଥିବାବେଳେ ଆଜି ପୁଣି ଉପରମୁହାଁ ହୋଇଛି ଦୈନିକ ସଂକ୍ରମଣ। ଟ୍ବିନସିଟିରେ ସଂକ୍ରମଣ ପୁଣି ଅଧିକ ରହିଥିବା ଜଣାପଡିଛି । ଆଜି ରାଜ୍ୟରୁ ୩୩୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୯୨୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୧୪୪୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଅନୁଗୁଳରୁ ୯୩, ବାଲେଶ୍ବରରୁ ୨୫୮, ବରଗଡରୁ ୩୫, ଭଦ୍ରକରୁ ୧୭୬, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୧୯, କଟକରୁ ୪୬୮, ଦେବଗଡରୁ ୩, ଢେଙ୍କାନାଳରୁ ୫୮, ଗଜପତିରୁ ୧୨, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୩୫, ଯାଜପୁରରୁ ୨୧୦, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୯, କେନ୍ଦ୍ରାପଡାରୁ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେଉଁଝରରୁ ୭୦, ଖୋର୍ଦ୍ଧାରୁ ୫୩୦, କୋରାପୁଟରୁ ୫୨, ମାଲକାନଗିରିରୁ ୮୦, ମୟୂରଭଞ୍ଜରୁ ୨୨୨, ନବରଙ୍ଗପୁରରୁ ୩୪, ନୟାଗଡ଼ରୁ ୧୩୫, ନୂଆପଡାରୁ ୮, ପୁରୀରୁ ୧୯୩, ରାୟଗଡାରୁ ୫୯, ସମ୍ବଲପୁରରୁ ୨୮, ସୋନପୁରରୁ ୨୨, ସୁନ୍ଦରଗଡରୁ ୭୨ ଓ ଷ୍ଟେଟପୁଲରୁ ୯୨ ଜଣ ପଜିଟିଭ ରହିଛନ୍ତି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯୮୦୦କୁ ବୃଦ୍ଧି ପାଇଛି । ସେହିପରି ୮୭୪୩୦୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୩୧୪୨୨ ଜଣ ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଏଯାବତ ୧୩୭୫୯୮୭୦ଟି କରୋନା ନମୁନା ସଂଗ୍ରହ ହୋଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
