ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୯-୦୬-୨୦୨୧
ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲଜି (ଭିସୁଟ୍)ରେ ନୂଆ କୁଳପତି ନିଯୁକ୍ତ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବଂଶୀଧର ମାଝୀଙ୍କୁ ସମ୍ବଲପୁର ଜିଲ୍ଲାର ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର କୁଳପତି ନିଯୁକ୍ତ କରିଛନ୍ତି।ପ୍ରଫେସର ମାଝୀ ଯେବେଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ ସେହି ଦିନଠାରୁ ତିନି ବର୍ଷ ପର୍ଯ୍ୟନ୍ତ ଏହି ସେବାରେ ରହିବେ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

ଚେନ୍ନାଇର କାଞ୍ଚିପୁରମ୍ IIITDMର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ପ୍ରଫେସର ମାଝୀଙ୍କର ତିନି ବର୍ଷର ଶିଳ୍ପ ଅଭିଜ୍ଞତା ଓ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ୨୮ ବର୍ଷରୁ ଅଧିକ ଶିକ୍ଷାଦାନ ଏବଂ ଅନୁସନ୍ଧାନ ଅଭିଜ୍ଞତା ରହିଛି।ସେ ସଫଳତାର ସହ ୧୮ଟି ପିଏଚଡି, ୭୦ ଜଣ ଏମଟେକ ଏବଂ ଆଠ ଜଣ ଏମଟେକ(ଆର) ମେଧାବୀଙ୍କୁ ଶିକ୍ଷାଦାନ କରିଛନ୍ତି ।
ସେ ଏଚଓଡି, ଡିନ୍ (ଏକାଡେମିକ୍) ଏବଂ ଅଟୋମେସନ୍ ସେଲ୍ ଚେୟାରମ୍ୟାନ୍ ଭାବରେ ବିଭିନ୍ନ ପ୍ରଶାସନିକ ପଦରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ NBA ଏବଂ NAAC ପରି ବିଭିନ୍ନ ମାନ୍ୟତା କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି ।ପ୍ରଫେସର ମାଝୀ 2016ରେ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ମଧ୍ୟ ପାଇଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
