News portal website
before header
[URIS id=5393]

ଗ୍ରୀନ୍ ଜୋନରେ ଉଠିପାରେ ଲକଡାଉନ୍ ଓ ରେଡ୍ ଜୋନରେ ବଢ଼ିପାରେ କଟକଣା; ଆଜି ହେଇପାରେ ନିଷ୍ପତି!!

0 176

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୩୦-୦୬-୨୦୨୧

ରାଜ୍ୟରେ ସଂକ୍ରମଣ ହାର୍ ଖସୁଛି । ଏବେ ୪.୧୪ ପ୍ରତିଶତ ରହିଛି ପଜିଟିଭ୍ ହାର୍ । ଏଥିସହ ରାଜ୍ୟ ସରକାର ଲଗାଇଥିବା ଆଂଶିକ ଲକଡାଉନ୍ ଗୁରୁବାର ସକାଳ ୫ଟାରେ ସରୁଛି । ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର କଟକଣାକୁ ଆହୁରି କୋହଳ କରିପାରନ୍ତି । କାଲିଠୁ ଅଧିକାଂଶ ଜିଲ୍ଲାରେ ଲକ୍‌ଡାଉନ ଉଠିବା ସହ କିଛି ଜିଲ୍ଲାରେ କଟକଣାରେ ଅନଲକ ପ୍ରକ୍ରିୟା ଲାଗୁ କରିପାରନ୍ତି ରାଜ୍ୟ ସରକାର ।ରାଜ୍ୟର ୨୧ଟି ଜିଲ୍ଲାରେ ସଂକ୍ରମଣ ତଳମୁହାଁ ଥିବା ବେଳେ ୪ ପ୍ରତିଶତକୁ ଖସିଛି ପଜିଟିଭ୍ ହାର୍ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସଂକ୍ରମଣ କମୁଥିବା ଜିଲ୍ଲାରେ କଟକଣା କୋହଳ କରିବା ନେଇ ଚାଲିଛି ବିଚାର ବିମର୍ଶ । ପୂର୍ବରୁ ଉପକୂଳ ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ଓ ପଶ୍ଚିମ ଓଡ଼ିଶାରେ ଅପରାହ୍ଣ ୫ଟା ଯାଏଁ କୋହଳ ହୋଇଛି କଟକଣା । ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟକ୍ରମେ ଏସବୁ ଜିଲ୍ଲାମାନଙ୍କରେ କଟକଣା କୋହଳ ହେବ । ଦ୍ୱିତୀୟ ଲହରରେ ୪ ଥର ଲକଡାଉନ୍ ପରେ କଟକଣା ଧିରେ ଧିରେ କୋହଳ ହେଉଛି ।ଏବେ ରେଡ୍ ଜୋନରେ ୩ଟି ଜିଲ୍ଲା ବାଲେଶ୍ୱର, ଖୋର୍ଦ୍ଧା ଓ କଟକ ଜିଲ୍ଲା ରହିଛି ।

ସେହିଭଳି ୟେଲୋ ଜୋନରେ ୬ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ଜଗତସିଂହପୁର, ନୟାଗଡ଼ ଓ ପୁରୀ ଜିଲ୍ଲା ରହିଛି । ଅନ୍ୟ ୨୧ଟି ଜିଲ୍ଲାରେ ସଂକ୍ରମଣ କମିଥିବା ବେଳେ ଗ୍ରୀନ୍ ଜୋନରେ ରହିଛି ।ଜୁଲାଇ ଗାଇଡଲାଇନରେ ଜିମ୍, ପାର୍କ, ସିନେମା ହଲ୍, ମଲ୍, ଧର୍ମାନୁଷ୍ଠାନ, ସେଲୁନ୍ ଆଦିରେ କଟକଣା କୋହଳ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

ଏହା ସହ ସାମାଜିକ , ସାଂସ୍କୃତିକ କାର୍ଯ୍ୟକ୍ରମ , ରାଜନୈତିକ ସଭା ସମିତି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେହିପରି ଲକଡାଉନ ସମୟସୀମା ଓ ସପ୍ତାହାନ୍ତ ସଟଡାଉନ କୋହଳ ହୋଇପାରେ । ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଜୁଲାଇ ୧ରୁ ନୂଆ ଗାଇଡଲାଇନ ଆଣିବେ ରାଜ୍ୟ ସରକାର ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.