News portal website
before header
[URIS id=5393]

ଆଜିଠାରୁ ଭୁବନେଶ୍ବରରେ ଉପଲବ୍ଧ ହେଲା ଋଷିଆ ଟିକା ସ୍ପୁଟନିକ-ଭି!!

0 165

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୯-୦୬-୨୦୨୧

ଆଜିଠାରୁ ଭୁବନେଶ୍ବରରେ ଋଷିଆ ଟିକା ସ୍ପୁଟନିକ-ଭି ଉପଲବ୍ଧ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ଏହି ଟିକା କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳର କେୟାର ହସ୍ପିଟାଲରେ ୧୧୪୫ ଟଙ୍କା ମୂଲ୍ୟରେ ଦିଆଯାଉଛି।ଉଭୟ ବୟସ ବର୍ଗର ହିତାଧିକାରୀମାନେ (୧୮-୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ) ବେସରକାରୀ ଡାକ୍ତରଖାନାରେ ଜାବ ପାଇବା ପାଇଁ କୋୱିନ ପୋର୍ଟାଲରେ ବୁକ୍ ପାଇପାରିବେ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଆଗାମୀ ଦିନରେ ରାଜ୍ୟର ଅଧିକ ଡାକ୍ତରଖାନା ଋଷର ଟିକା ଦେବା ଆରମ୍ଭ କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ।ଏହାପୂର୍ବରୁ ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଦିଆଯାଉଥିଲା। ନିକଟରେ କୋଭିଶିଲ୍ଡ ଟିକା ମଧ୍ୟ ହିତାଧିକାରୀଙ୍କ ପାଇଁ ଏଠାରେ ଥିବା ସମ ହସ୍ପିଟାଲରେ ଉପଲବ୍ଧ ହୋଇଛି ।ଡକ୍ଟର ରେଡି ଲ୍ୟାବ୍‌ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି ଏବଂ ୪୫ ବର୍ଷରୁ ଅଧିକଙ୍କୁ ୨୦ଟି ଟିକା ଦିଆଯିବ।

୧୮ବର୍ଷରୁ ଅଧକ ବୟସ୍କଙ୍କ ପାଇଁ ଆଜିଠାରୁ ୪ଦିନର ସମସ୍ତ ସ୍ଲଟ ବୁକ୍ ସରିଛି।ପ୍ରଥମ ପର୍ଯ୍ୟାୟରେ ୬୦୦ ଡୋଜ ଟିକା ଆସିଛି। ଟିକା ନେଉଥିବା ଲୋକ ଅଧଘଣ୍ଟା ଅବଜର୍ଭେସନ୍‌ରେ ରହିବେ। ଦିନ ୧୦ଟାରୁ ଅପରାହ୍ନ ୪ଟା ଭିତରେ ଟିକା ଦିଆଯିବ। ଏଥିପାଇଁ ଥିବା ସମସ୍ତ ସରକାରୀ ନିୟମ ପାଳନ କରାଯିବ ବୋଲି କେୟାର ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.