News portal website
before header
[URIS id=5393]

ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ; ଚାଲିଛି ପ୍ରସ୍ତୁତି!!

0 168

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୯-୦୬-୨୦୨୧

ସୁସ୍ଥ ହେବେ ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଜ୍ୱରପୀଡ଼ା ଲାଘବ ପାଇଁ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଏ । ବଡ଼ ଓଡ଼ିଆ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ଫୁଲୁରୀ ତେଲ ବିଜେ ହେବ ।

ବର୍ଷକ ତଳୁ କର୍ପୂର, ଚୁଆ, ପରଖ, ପିଙ୍ଗଳ ଓ ସୁବାସିତ ପୁଷ୍ପ ସହିତ ଘଣାପେଡ଼ା ରାଶିତେଲକୁ ମାଟି ତଳେ ପୋତି ଏହା ପ୍ରସ୍ତୁତ କରାଯାଏ । ସେଥିପାଇଁ ଚାଲିଛି ନିତିକ୍ରାନ୍ତି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଦଇତାପତିମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରିବେ । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁ । ୧୫ ଦିନ ଧରି ଚାଲିଥିବା ଅଣବସର ନୀତିରେ ସେବାୟତ ମାନେ ଗୁପ୍ତ ସେବା କରୁଛନ୍ତି ।

ଅନ୍ୟପଟେ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ନିର୍ମାଣ କାମ । ରଥ ନିର୍ମାଣରେ ନିୟୋଜିତ ୨୦୦ରୁ ଅଧିକ ସେବାୟତ ସମର୍ପିତ ମନୋଭାବ ନେଇ ରଥ ନିର୍ମାଣ କରୁଛନ୍ତି । ରଥର ପୋଟଳ, ପାରାଭାଡ଼ି, ଖପୁରି ଖଞ୍ଜା ଯାଇଥିବା ବେଳେ ଭୋଇ ସେବାୟତମାନେ ୯ଟି ହରିବୋଲ ମଧ୍ୟରୁ ୬ ନମ୍ବର ହରିବୋଲ ପକାଇଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.