News portal website
before header
[URIS id=5393]

ପୁଣି ବିବାଦରେ ପାକିସ୍ତାନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ!!

0 173

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୬-୦୬-୨୦୨୧

ପାକିସ୍ତାନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କୁ ନେଇ ପୁଣି ଥରେ ବିବାଦ ଉପୁଜିଛି। ସେ ପୁଣି ଥରେ ଅଶ୍ଳୀଳ ଟ୍ବିଟ୍‌ କରିଛନ୍ତି। ଇସ୍ଲାମାବାଦର ଚୀନ ଦୂତାବାସର ସାଂସ୍କୃତିକ କେନ୍ଦ୍ର ନିର୍ଦେଶକ ଝାଙ୍ଗ ହେକିଙ୍ଗ ବନ୍ଧୁ ଏବଂ ଶତ୍ରୁକୁ ଦର୍ଶାଇବାକୁ ଯାଇ ଏମିତି ଟ୍ବିଟ୍‌ କରିଛନ୍ତି। ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ପୂର୍ବରୁ ସେ ଇସ୍ଲାମ ଏବଂ ହିଜାବ ଉପରେ ଅଶ୍ଳୀଳ ଟିପ୍ପଣୀ କରିଥିଲ।

ପରେ ତାଙ୍କର ସେହି ଟ୍ବିଟ୍‌ ଡିଲିଟ୍‌ କରାଯାଇଥିଲା।ଚାଇନା ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ପାକିସ୍ତାନରେ ଥିବା ଚୀନ ରାଷ୍ଟ୍ରଦୂତ ଝାଙ୍ଗ ହେକିଙ୍ଗ୍ ଦୁଇଟି ଫଟୋ ଶେୟାର କରିଥିଲେ। ପ୍ରଥମରେ ହାତର ପ୍ରଥମ ଆଙ୍ଗୁଳି ମାନେ ବୁଢ଼ା ଆଙ୍ଗୁଠିରେ ଚିତ୍ର ଥିଲା ଅନ୍ୟ ଏକ ଫଟୋରେ ହାତର ମଝି ଆଙ୍ଗୁଳିର ଚିତ୍ର ଦେଖାଯାଇଥିଲା। ଯେଉଁଥିରେ କ୍ୟାପ୍‌ସନ ଥିଲା ଆମେ ଆମ ବନ୍ଧୁ ସହିତ ଏମିତି ବ୍ୟବହାର କରୁ ଆଉ ଶତ୍ରୁ ସହିତ ଏମିତି ମୁକାବିଲା କରୁ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ବିଶ୍ବରେ ମିଡିଲ ଫିଙ୍ଗରକୁ ଅଶ୍ଲୀଳ ଇସାରା ଭାବେ ନିଆଯାଏ। ତେଣୁ ଝାଙ୍ଗ ସମାଲୋଚାନର ଶିକାର ହୋଇଛନ୍ତି।ଚୀନର ସସ୍କୃତିକୁ ଆଗକୁ ନେବା ପାଇଁ ଝାଙ୍ଗ ହେକିଙ୍ଗ୍‌ଙ୍କୁ ରଖାଯାଇଥିବା ବେଳେ ସେ ଅପସଂସ୍କୃତିର ପ୍ରଚାର କରୁଛନ୍ତି ବୋଲି ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର କହିଛନ୍ତି। ଏହା ପୂର୍ବରୁ ଝାଙ୍ଗ ଚୀନ୍‌ର ମୁସଲିମ୍‌ ବହୁଳ ଅଞ୍ଚଳ ସିନିଜିଆଙ୍ଗରେ ଏକ ଯୁବତୀ ଡାନ୍ସରର ଭିଡିଓ ଟ୍ବିଟ୍‌ କରିଥିଲେ।

ଏହି ପୋଷ୍ଟ କରି ଯୁବତୀଙ୍କୁ ହିଜାବ ଉଠାଅ ମୁଁ ତୁମ ଆଖି ଦେଖିବାକୁ ଚାହୁଁଛି ବୋଲି ଲେଖିଥିଲେ।ଏହାପରେ ଅନ୍ୟ ଏକ ଟ୍ବିଟ୍‌ରେ ସେ ଲେଖିଥିଲେ ଚୀନ୍‌ର ଅଧିକାଂଶ ଲୋକ ସିନିଜିଆଙ୍ଗର ଏହି ଗୀତ ଗାଇବାକୁ ପସନ୍ଦ କରିବେ। ତେବେ ଟ୍ବିଟ୍‌କୁ ନେଇ ଜୋରଦାର ବିବାଦ ହେବା ପରେ ତାହାକୁ ଡିଲିଟ୍ କରିଦେଇଥିଲେ ଝାଙ୍ଗ ହେକିଙ୍ଗ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.