News portal website
before header
[URIS id=5393]

ଅଧାରେ ଅଟକିଲା ଦୂତିଆ ଭାର;ଚାଲିଗଲା ଜୀବନ!

0 361

ଯାଜପୁର

ତା-୧୦-୦୯-୨୦୨୦

ସଡକ ଦୁର୍ଘଟଣାରେ,୨ ମୃତ ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଅଭାବନୀୟ ଘଟଣା ,ଟ୍ରକ ଧକ୍କାରେ ମାମୁ ଭଣଜା ମୃତ୍ୟୁ। ସୂଚନା ମୁତାବକ ମୃତ ମଧୁବନ ନଗୁଆଁ ଗାଁର ରାଜକିଶ୍ୱର ମହାନ୍ତି ନିଜର ଭଉଣୀ ଘର ଅଫସରପୁର ଗାଁକୁ ଦୁତିଆ ଓଷା ଭାର ଦେବା ପାଇଁ ଭଣଜାକୁ ନେଇ ଯାଉଥିଲେ। ଖରସ୍ରୋତା ନଦୀ ବ୍ରିଜ ଉପରେ ଗୋଟେ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମାମୁ ଭଣଜାର ମୃତ୍ୟୁ ଘଟିଛି।

ତେବେ ଦୁର୍ଘଟଣା କରିଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ତେବେ ଖବର ପାଇ ଖୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଟାଉନ ପଠାଇ ଦୁର୍ଘଟଣା କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି। ପୋଲିସ୍ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnewsରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.