ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୩-୦୬-୨୦୨୧
କାଲି ପବିତ୍ର ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି ସଂପନ୍ନ ହେବ ।
ରତ୍ନସିଂହାସନରୁ ଓହ୍ଲାଇ, ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂରତି । ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତି ଗୋଟାଏରେ ମଙ୍ଗଳାର୍ପଣ ପରେ ସ୍ନାନପହଣ୍ଡି ଆରମ୍ଭ ହୋଇ ଭୋର୍ ୪ଟା ସୁଦ୍ଧା ସରିବ । ସାଢ଼େ ୪ଟାରେ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ଓ ସ୍ନାନ ବିଧି ସଂପନ୍ନ ହେବ । ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

