News portal website
before header
[URIS id=5393]

ରକ୍ତ ଦାନ ଶିବିର ଅନୁଷ୍ଠିତ

0 228

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୩-୦୬-୨୦୨୧

ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାର ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ
କରୋନା ମହାମାରୀ ସମୟରେ ରକ୍ତ ସଙ୍କଟକୁ ଦୂର କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାର ତରଫରୁ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠନାଏକ ଓ ଉପସଭାପତି ଶ୍ରୀଯୁକ୍ତ ସୁନିଲ ମହାନ୍ତିଙ୍କ ନେତୃତ୍ବରେ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

l ଏହି ରକ୍ତ ଦାନ ଶିବିର ରେ ମୁଖ୍ୟଅତିଥି ଭାବେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଏବଂ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ପ୍ରଭାରୀ ଇଂ ପ୍ରୀତି ରଞ୍ଜନ ଘଡ଼େଇ, ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ- ମାନ୍ୟବର ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ(ଯୁବ ବ୍ୟାପାର), ଡ଼ଃ ବ୍ୟମୋକେଶ ରାୟ , ଓଡ଼ିଶା ମୋ ପରିବାର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ ,ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ବିଜୁ ଯୁବ ଜନତା ଦଳ ଓ ବିଜୁ ଜନତା ଦଳର କାର୍ଯ୍ୟକର୍ତା, କର୍ମକର୍ତ୍ତା,ବିଜୁ ପରିବାର ର କର୍ମକର୍ତ୍ତା ,ନେତୃମଣ୍ଡଳୀ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.