ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୩-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ଉପଖଣ୍ଡ ବାରିକ ସମିତି ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ମାଧ୍ୟମରେ ଦାବି ଜଣାଇଛନ୍ତି । କପ୍ତିପଦା ଉପଖଣ୍ଡର ଉପ ଜିଲ୍ଲାପାଳଙ୍କ ଅଫିସକୁ ଶତାଧିକ ବାରିକମାନେ ଅତୁଲବାବୁଙ୍କ ପଡିଆ ଠାରୁ ଏକ ରାଲି ବାହାର କରି ବଜାର ପରିକ୍ରମା କରିବା ସହ ଉପ ଜିଲ୍ଲାପାଳ ଭଗବାନ ବେହେରାଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବି ପତ୍ର ଦେଇ ଅଛନ୍ତି ।

ଏହି ରାଲିରେ ଉପଖଣ୍ଡର ବିଭିନ୍ନ ଗାଁମାନଙ୍କରୁ ବାରିକମାନେ ସମାଜିକ ଦୂରତା ସହ ମାସ୍କ ପିନ୍ଧି ଏଥିରେ ଯୋଗ ଦେଇଥିଲେ । ବର୍ତ୍ତମାନ ସମୟରେ ଗାଁମାନଙ୍କର କୌଳିକ ବୃତ୍ତି କରି ଚଳୁଥିବା ବାରିକମାନଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଛି । କରୋନା ମହାମାରୀରେ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଯୋଗୁଁ ବାରିକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମଧ୍ୟବିତ୍ତ ପରିବାରର ବାରିକ ମାନେ ନିଜ ପରିବାର ସହ ରହିବା ଫଳରେ ଆର୍ଥିକ କଷ୍ଟ ସହ୍ୟ କରୁଥିବାରୁ ଆଜି ଏହି ରାଲି କରି ଅଛନ୍ତି ଏବଂ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସେମାନେ ତାଙ୍କର ସେଲୁନ ସହିତ କୌଳିକ ବୃତ୍ତି ପାଇଁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି ।

ଏହି ଜରୁରୀକାଳୀନ ପରିସ୍ଥିତି ରେ ଆର୍ଥିକ ସହାୟତା ପାଇଁ ଦାବି ରଖିଛନ୍ତି । ଉପଖଣ୍ଡ ବାରିକ ସମିତିର ସଭାପତି ସନ୍ତୋଷ ବାଛିନି , ସମ୍ପାଦକ ଗଣେଶ୍ୱର ବାରିକ ,ସହ ସମ୍ପାଦକ ଗଣେଶ କୁମାର ଦାସଙ୍କ ସହିତ ଉଦଳା ,ଖୁଣ୍ଟା ଓ କପ୍ତିପଦା ବ୍ଲକରୁ ବହୁ ସଂଖ୍ୟକ ବାରିକମାନେ ଏହି ରାଲି ରେ ଯୋଗ ଦେଇ ଥିଲେ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
