News portal website
before header
[URIS id=5393]

ବ୍ୟବସାୟକ ପ୍ରତିଷ୍ଠାନ ଖୋଲିଲେ ଟୀକା ନେବା ବାଧ୍ୟତା ମୂଳକ

0 137

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୨-୦୬-୨୦୨୧

ଗଞ୍ଜାମ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ସେ କହିଛନ୍ତି ଜିଲ୍ଲାରେ ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟ ବଜାରରେ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ଏଥିସହିତ ବୃହତ ବଜାର ଏବଂ ପର୍ଯ୍ୟଟନ ସ୍ଥଳରେ ରହିଥବା ଦୋକାନୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଟିକାକରଣ କରାଯିବ।

ବ୍ୟବସାୟୀମାନେ ନିଜେ ଟିକା ନେବା ସହିତ ସେମାନଙ୍କ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟିକା ଦେଇ ସେ ସମ୍ପର୍କି ପ୍ରମାଣପତ୍ର ନିଜ ଦୋକାନ ସମ୍ମୁଖରେ ଦର୍ଶାଇବେ, ଯଦ୍ଦ୍ୱାରା ଗ୍ରାହକମାନେ ଉକ୍ତ ଦୋକାନୀ ଟିକା ନେଇଥିବା ଜାଣିପାରିବେ। ଯଦି ଦୋକାନ ଟିକା ନେଇନଥିବେ ଏବଂ ତତ୍‍ ସମ୍ପର୍କିତ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ପ୍ରଦର୍ଶନ ନକରିବେ ତେବେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହିତ ଜିଲାରେ ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବାକୁ ଜିଲାପାଳ ସୋମବାର ଅନୁଷ୍ଠିତ କୋଭିଡ ପରିଚାଳନା ଭିଡିଓ କନଫରେନ୍ସିଂରେ ଜଣାଇଛନ୍ତି । ବ୍ୟବସାୟୀମାନେ ନିଜେ ଟିକା ନେବା ସହିତ ସେମାନଙ୍କ କର୍ମଚାରୀଙ୍କୁ ଟିକା ଦେଇ ସେସମ୍ପର୍କିତ ପ୍ରମାଣପତ୍ର ନିଜ ଦୋକାନ ଆଗରେ ମାରିବେ । ଫଳରେ ଗ୍ରାହକମାନେ ଦୋକାନୀ ଟିକା ନେଇଥିବା ଜାଣିପାରିବେ । ଏହା ଗ୍ରାହକଙ୍କ ଆତ୍ମବିଶ୍ୱାସ ବୄଦ୍ଧି ସହ ସଂକ୍ରମଣ ରୋକିବାରେ ସହାୟକ ହେବ । ଏହାକୁ ପ୍ରଶାସନ ଦ୍ୱାରା ନିୟୋଜିତ ଟିମ ତଦାରଖ କରିବ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.