News portal website
before header
[URIS id=5393]

ରାଜସ୍ଥାନ ପରେ ଓଡିଶାରେ ଡିଜେଲ୍ ମୂଲ୍ୟ ୧୦୦ ଟଙ୍କା

0 152

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୨-୦୬-୨୦୨୧

ପେଟ୍ରୋଲ ପରେ ଡିଜେଲ୍ ଦାମ ମଧ୍ୟ ନିଜର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ରାଜସ୍ଥାନ ପରେ ଓଡିଶାରେ ଡିଜେଲ୍ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ମଙ୍ଗଳବାର ତୈଳ ଦର ପୁଣି ଥରେ ବଢିବାରୁ ରାଜ୍ୟରେ ଡିଜେଲ୍ ଲିଟର ପିଛା ଶତକ ଛୁଇଁଛି। ରାଜ୍ୟ ସରକାରଙ୍କ ଫୁଏଲ ରିଟେଲର୍ସଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ସୋମବାର ଡିଜେଲ୍ ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା।

ଫୁଏଲ ରିଟେଲର୍ସଙ୍କ ଅନୁଯାୟୀ, ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ୨୮ ପଇସା ଏବଂ ଡିଜେଲ୍ ଲିଟର ପିଛା ୨୬ ପଇସା ବୃଦ୍ଧି ଘଟିଛି। ଏହା ପୂର୍ବରୁ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରି ସାରିଛି।କିଛି ଦିନ ପୂର୍ବେ ରାଜସ୍ଥାନରେ ଡିଜେଲ୍ ଦାମ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଥିଲା। ଏବେ ଓଡିଶାରେ ମଧ୍ୟ ତୈଳ ଦାମ ଅହେତୁକ ବଢିବାରେ ଲାଗିଛି। ରାଜ୍ୟର ମାଲକାନଗିରି ଜିଲ୍ଲାରେ ମଙ୍ଗଳବାର ଡିଜେଲ୍ ଲିଟର ପିଛା ୧୦୧.୧୨ ଟଙ୍କାରେ ବିକ୍ରି ହୋଇଛି। ଏହା ବ୍ୟତୀତ କୋରାପୁଟ ଜିଲ୍ଲାରେ ମଧ୍ୟ ଡିଜେଲ୍ ଲିଟର ପିଛା ୧୦୦.୪୬ ଟଙ୍କା ରହିଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହା ପୂର୍ବରୁ ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରି ସାରିଛି।ସୂଚନାଯୋଗ୍ୟ, ପେଟ୍ରୋଲ ମୂଲ୍ୟ ଦେଶର ୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୦ ଟଙ୍କା ଅତିକ୍ରମ କରି ସାରିଛି। ରାଜ୍ୟଗୁଡିକରେ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ,ଜମ୍ମୁ-କଶ୍ମୀର, ଓଡିଶା ଓ ଲଦାଖ ମଧ୍ୟ ସାମିଲ। ମେଟ୍ରୋ ସହର ମଧ୍ୟରେ ମୁମ୍ବଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ପେଟ୍ରୋଲ ପୂର୍ବରୁ ୧୦୦ ପାର୍ ହୋଇ ସାରିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.