ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୩-୦୬-୨୦୨୧
ରାଜ୍ୟରେ ଆଜି ପୁଣି ତିନି ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି କମ ରହିଥିବାବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୟାରେଣ୍ଟାଇନ ସେଣ୍ଟରରୁ ୧୯୭୩ ଜଣ ରହିଥିବାବେଳେ ୧୪୮୩ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ମିଳିଛି ।

ଆଜି ଅନୁଗୁଳରୁ ୧୧୮, ବାଲେଶ୍ବରରୁ ୧୭୪, ବରଗଡରୁ ୬୯, ଭଦ୍ରକରୁ ୧୯୪, ବଲାଙ୍ଗୀରରୁ ୨୮, ବୌଦ୍ଧରୁ ୨୫, କଟକରୁ ୪୮୦, ଦେବଗଡରୁ ୧୧, ଢେଙ୍କାନାଳରୁ ୫୭, ଗଜପତିରୁ ୧୭, ଗଞ୍ଜାମରୁ ୧୯, ଜଗତସିଂହପୁରରୁ ୮୧, ଯାଜପୁରରୁ ୨୬୭, ଝାରସୁଗୁଡାରୁ ୨୦, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି କେନ୍ଦ୍ରାପଡାରୁ ୧୪୭, କେଉଁଝରରୁ ୭୩, ଖୋର୍ଦ୍ଧାରୁ ୪୯୯।

କୋରାପୁଟରୁ ୮୧, ମାଲକାନଗିରିରୁ ୮୨, ମୟୂରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୪୨, ନୟାଗଡ଼ରୁ ୧୨୬, ନୂଆପଡାରୁ ୧୬, ପୁରୀରୁ ୨୮୯, ରାୟଗଡାରୁ ୫୬, ସମ୍ବଲପୁରରୁ ୩୯, ସୋନପୁରରୁ ୪୩, ସୁନ୍ଦରଗଡରୁ ୯୦ ଓ ଷ୍ଟେଟପୁଲରୁ ୮୧ ଜଣ ପଜିଟିଭ ରହିଛନ୍ତି ।ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୮୮୬୯୪୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୮୪୮୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୪୨୧୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏଯାବତ ୧୩୨୮୩୬୫୨ଟି କରୋନା ନମୁନା ସଂଗ୍ରହ ହୋଇଥିବା କୁହାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
