News portal website
before header
[URIS id=5393]

ଲକଡାଉନରେ ବଢୁଛି ସାଇବର ଅପରାଧ

0 151

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୨-୦୬-୨୦୨୧

ନୂଆ ନୂଆ ତରିକା ଆପଣୁଛନ୍ତି ସାଇବର ଠକ । କେତେବେଳେ ଫେସବୁକ ହ୍ୟାକ୍ କରି ମେସେଞ୍ଜରରେ ମେସେଜ କରି ଟଙ୍କା ମାଗିବା ହେଉ ତ କେତେବେଳେ ଅନ୍ୟ କୌଣସି ଉପାୟରେ ଲୋକଙ୍କୁ ଠକିବାରେ ଓସ୍ତାଦ ପାଲଟିଲେଣି ଠକ । ଏଥର କିନ୍ତୁ ଭିନ୍ନ ଉପାୟରେ ଠକି ଝାରସୁଗୁଡା ପୋଲିସ ହାତରେ ଧରାପଡିଲା ମାଷ୍ଟରମାଇଣ୍ଡ ।

ମାତ୍ର ନବମ ଶ୍ରେଣୀ ପାସ୍ କରି ଠକେଇ ପାଇଁ ଆସୁଥିବା ଏକ ମୋବାଇଲ ଆପ୍ସ୍ ଜରିଆରେ ସାଧାରଣ ଲୋକଙ୍କୁ ଠକୁଥିଲେ । ମୋବାଇଲ ନମ୍ବରକୁ ଟ୍ରୁ କଲରରେ ଠାବ କରି ସେମାନଙ୍କ ନିକଟକୁ ଟଙ୍କା ପଠାଇଥିବା ଠକେଇ ସମ୍ବଦ୍ଧୀୟ ଫଲ୍ସ୍ ମେସେଜ ପଠାଇବା ପରେ ଟେଲିଫୋନ୍ ମାଧ୍ୟମରେ ଫୋନ୍ କରି ଟଙ୍କା ଫେରାଇବାକୁ ଅନୁରୋଧ କରୁଥିଲେ । ଏହିଭଳି ରାଜ୍ୟ ସାରା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୋରଡା ଅଞ୍ଚଳର ଯୁବକ ସୁନୀଲ ରାଉତରୟ ଏବେ ଝାରସୁଗୁଡା ପୋଲିସ ପଞ୍ଝାରେ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଝାରସୁଗୁଡାର ଜଣେ ପ୍ରତିଷ୍ଠିତ ଡାକ୍ତର ଦେଓଶ୍ଲୋକ ଶର୍ମାଙ୍କୁ ଏହିଭଳି ଉପାୟରେ ଗତ ମେ ମାସରେ ୧୦ ହଜାର ଟଙ୍କା ସୁନୀଲ ଠକି ନେଇଥିଲା । ସୁନୀଲଠାରୁ ଠକେଇର ଶିକାର ହୋଇଥିବା ଜାଣିବା ପରେ ଡାକ୍ତର ଶର୍ମା ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ମାମଲାର ତଦନ୍ତ କରି ସୁନୀଲ ରାଉତରାୟକୁ ଗିରଫ କରି ତା ନିକଟରୁ ୨୮ଟି ମୋବାଇଲ୍ ସିମକାର୍ଡ, ୧୧ଟି ମୋବାଇଲ ଫୋନ୍, ୧୫ଟି ଭିନ୍ନ ଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ୩ଟି ପାସବୁକ ଜବତ କରିଛି ।

ଏହି ରାକେଟରେ ଅନ୍ୟ କାହାରି ସଂପୃକ୍ତିକୁ ଅଭିଯୁକ୍ତ ଅସ୍ବୀକାର କରୁଥିଲେ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅପରପକ୍ଷରେ ଗତ ଦୁଇ ବର୍ଷ ତଳୁ ଏହି ବ୍ୟବସାୟ କରି ବହୁ ଲୋକଙ୍କୁ କିଭଳି ଠକୁ ଥିଲା ସୁନୀଲ ତାହା ବଖାଣିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.