News portal website
before header
[URIS id=5393]

ଆସିଲା ବିଜେଡି ସାଂସଦ ନାରେ ଘରୋଇ ହିଂସା ଅଭିଯୋଗ;କୋର୍ଟ ଓ୍ବେବସାଇଟରେ

0 546

କଟକ

ତା-୦୫-୦୯-୨୦୨୦

ବିଜୁ ଜନତା ଦଳର ବିବାଦୀୟ ସାଂସଦ ପୁଣି ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି। ଏଥର କିନ୍ତୁ ସିଧାସଳଖ ଅଭିଯୋଗ କରିଛନ୍ତି ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଏନେଇ ସେ ମଧ୍ଯ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଆସୁଛି ଗତ ଅଗଷ୍ଟ ୭ରୁ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କର ଧର୍ମ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ଯରେ ବିବାଦ ଲାଗି ରହୁଥିଲା।

ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ଅନୁଭବ ତାଙ୍କୁ ଘରୋଇ ହିଂସାର ବ୍ଯବହାର ଓ ମାନସିକ ନିର୍ଯାତନା ଦେବା ସହ ଚାପ ଗ୍ରସ୍ତ ରଖୁଥିଲେ। ସେ ମଦ୍ଯପାନ କରି ବ୍ଯବହାର ଖରାପ କରିବା ସହ ଅନ୍ୟ ଯୁବତୀଙ୍କ ସଂସ୍ପର୍ଶରେ ଆସୁଥିବାର ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣିତ ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା କୌଣସି ଲିଗାଲ ନୋଟିସ ପାଇନି ପାଇଲେ ଜଣାଇବି ବୋଲି ଗଣମାଧ୍ୟମ ସାମ୍ନାରେ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି।

କଟକ ଜିଲ୍ଲା ଦୌରାଜଜ୍ ତାଙ୍କର ଇ କୋର୍ଟ ପୋର୍ଟାଲରେ ଆସନ୍ତା ସେପ୍ଟେମ୍ବର ୭ରେ କେସର ପ୍ରଥମ ଶୁଣାଣି ତାରିଖ ଅଛି ବୋଲି ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି। ତେବେ ଆସନ୍ତା ତାରିଖରେ କେସ ର କ’ଣ ଶୁଣାଣି ଦେଖିବାକୁ ବାକି ରହିଲା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnewsରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.