ଅଷ୍ଟିନ ନ୍ୟୁଜ/ଯାଜପୁର

ତା-୨୧-୦୬-୨୦୨୧
ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଦ୍ବିତୀୟ ଜେଏମଏଫସି କୋର୍ଟ ଖୋଲିଲା । ଯାଜପୁର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଶ୍ରୀକାନ୍ତ କୁମାର ମିଶ୍ର ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଆଉ ଗୋଟିଏ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦଘାଟନ କରିଛନ୍ତି ।

କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ଏକ ନିରାଡମ୍ବର ଉଦଘାଟନ ଉତ୍ସବରେ ଚଣ୍ଡିଖୋଲ କୋର୍ଟର ବରିଷ୍ଠ ବିଚାରପତି ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର, କନିଷ୍ଠ ବିଚାରପତି ତଥା ଜେଏମଏଫସି ଶ୍ରୀ ସୌମ୍ୟରଂଜନ ପୃଷ୍ଟି ଏବଂ ଏହି ନୂତନ କୋର୍ଟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜେଏମଏଫସି ସୁଶ୍ରୀ ତସଲିମା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନର ସଭାପତି ଦେବରାଜ ବେହେରା, ସମ୍ପାଦକ ପ୍ରକାଶ କୁମାର ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ଆଜି ଏହି ଦ୍ବିତୀୟ ଜେଏମଏଫସି କୋର୍ଟରେ କାର୍ଯ୍ୟ ଆରମ୍ଭ ହେବା ପରେ କୋର୍ଟରେ ବହୁ ବର୍ଷ ଧରି ପଡ଼ି ରହିଥିବା ମାମଲା ଗୁଡ଼ିକର ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରିବ ବୋଲି ଆଶା କରାଯାଉଛି ।
