News portal website
before header
[URIS id=5393]

ଆଜିଠୁ ୟୁ-ଟ୍ୟୁବରେ ପାଠପଢା!!

0 168

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୬-୨୦୨୧

ଆଜି ଠାରୁ ୟୁ-ଟ୍ୟୁବ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ, ସେ ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( ଓସେପା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ସ୍ତରରେ ଗୋଟିଏ ଲେଖାଏଁ ସ୍କୁଲ ଚୟନ କରାଯାଇ ସମ୍ପୃକ୍ତ ସ୍କୁଲରେ ୟୁ-ଟ୍ୟୁବରେ ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି ।

ଏଥିଲାଗି ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବା ସହିତ କାର୍ଯ୍ୟକ୍ରମ ସଫଳ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଏହାର ସଫଳତା ନେଇ ପ୍ରଶ୍ନ ଉଠାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ।ଏବେବି ରାଜ୍ୟର ସରକାରୀ ସ୍କୁଲଗୁଡିକରେ ପଢୁଥିବା ୭୮% ଛାତ୍ରଛାତ୍ରୀଙ୍କ ନିକଟରେ ଇଣ୍ଟରନେଟ ର ସୁବିଧା ନାହିଁ। ଗତବର୍ଷର ଅନଲାଇନ ଶିକ୍ଷାଦାନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଥିଲା।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ତେଣୁ ପୁରୁଣା ଅଭିଜ୍ଞତାରୁ ୟୁଟ୍ୟୁବ କିମ୍ବା ଅନଲାଇନ୍ ପାଠପଢ଼ା ବ୍ୟତୀତ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନକୁ ସରକାର ଅଧିକ ଗୁରୁତ୍ବ ଦେବାକୁ ଓଷ୍ଟା ଦାବି କରିଛି। ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, କରେନା ପ୍ରଥମ ଲହର ବେଳେ ସରକାରୀ ଭାବେ ଅନ୍‌ଲାଇନ୍ ବ୍ୟବସ୍ଥାରେ ଶତକଡ଼ା ୨୦ରୁ ୨୨ଭାଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା କୁହାଯାଇଥିଲା ।

ଗ୍ରାମାଞ୍ଚଳରେ ୧୦ ଶତକଡ଼ାରୁ କମ୍ ଓ ସହରାଞ୍ଚଳରେ ୨୦ ଶତକଡ଼ାରୁ କମ୍ ଶିକ୍ଷାର୍ଥୀ ଅନଲାଇନ୍ ଶିକ୍ଷାର ଉପଯୋଗ କରିପାରୁଥିଲେ। ହେଲେ ଏଥିରୁ କିଛି ଶିକ୍ଷାଲାଭ କଲାନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଚଳିତବର୍ଷ ପୁଣି ଅନଲାଇନ୍‌ କିମ୍ବା ୟୁଟ୍ୟୁବ କ୍ଳାସକୁ ଗୁରୁତ୍ବ ଦିଆଯାଇଛି ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଅଧିକ ସମୟ ଇଣ୍ଟରନେଟ ବ୍ୟବହାର କରିପାରିବେ ନାହିଁ । ସବୁ ପିଲାଙ୍କର ବି ନିଜସ୍ଵ ଆଣ୍ଡ୍ରଏଡ୍ ଫୋନ୍ ନାହିଁ । ତେଣୁ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.