News portal website
before header
[URIS id=5393]

୧୩ ରାଜ୍ୟରେ ପେଟ୍ରୋଲ ୧୦୦ ପାର୍

0 182

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୬-୨୦୨୧

ପେଟ୍ରୋଲ ଏବଂ ଡିଜେଲ ଦରରେ ନିଆଁ ଥମିବାର ନାଁ ଧରୁନାହିଁ । ମାସକରେ ୧୧ ଥର ଉଭୟ ଇନ୍ଧନ ଦର ବୃଦ୍ଧି ପାଇଛି । ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସମେତ ଦେଶର ୧୩ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର କରିଗଲାଣି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଏବଂ ହନୁମାନଗଡରେ ଡିଜେଲ ବି ୧୦୦ ଟଙ୍କା ଉପରେ ।

ଦିଲ୍ଲୀରେ ପେଟ୍ରୋଲ ୨୯ ପଇସା ମହଙ୍ଗା ହୋଇ ୯୭.୨୨ ଟଙ୍କା ଏବଂ ଡିଜେଲ ୨୮ ପଇସା ମହଙ୍ଗା ହୋଇ ୮୭,୯୭ ଟଙ୍କାରେ ବିକ୍ରି ହେଉଛି । ଏ ମାସ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ୨ ଟଙ୍କା ୯୯ ପଇସା ଏବଂ ଡିଜେଲ ୨ ଟଙ୍କା ୭୨ ପଇସା ମହଙ୍ଗା ହୋଇସାରିଲାଣି । ଦେଶର ୧୩ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ପ୍ରତି ଲିଟର ପହଞ୍ଚିଯାଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନର ସମସ୍ତ ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ଉପରେ ରହିଛି । ଅନ୍ୟପକ୍ଷରେ, ବିହାର, ତେଲେଙ୍ଗାନା, କର୍ଣାଟକ, ଜମ୍ମୁ କାଶ୍ମୀର, ମଣିପୁର, ଓଡ଼ିଶା, ଚଣ୍ଡିଗଡ, ତାମିଲନାଡୁ ଏବଂ ଲଦାଖରେ ବି କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର୍ହୋଇଗଲାଣି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ଏବଂ ଡିଜେଲ ୩୧ ପଇସା ବୃଦ୍ଧି ଘଟିଛି।

ଉଭୟ ଇନ୍ଧନର ଦୂର ଏଠାରେ ଯଥାକ୍ରମେ ୯୮.୦୪ ଟଙ୍କା ଏବଂ ୯୫,୯୩ ଟଙ୍କା ରହିଛି । ମେ’ରେ ପେଖେଲି ଏବଂ ଡିଜେଲ ଦରରେ ୧୬ ଥର ବୃଦ୍ଧି ଘଟିଥିଲା । ଏହି ସମୟରେ ପେଟ୍ରୋଲ ୪.୧୧ ଟଙ୍କା ଏବଂ ଡିଜେଲ ୪,୬୯ ଟଙ୍କା ମହଙ୍ଗା ହୋଇଥିଲା । ଏ ବର୍ଷର ୫ ମାସରେ ପେଟ୍ରୋଲ ୧୨,୧୫ ଏବଂ ଡିଜେଲ ୧୨,୮୬ ଟଙ୍କା ମହଙ୍ଗା ହୋଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.