News portal website
before header
[URIS id=5393]

ରାଜଧାନୀରେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ବାର୍

0 156

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୦-୦୬-୨୦୨୧

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଦିଲ୍ଲୀ ରେ କଟକଣା କୋହଳ କରାଯାଇଛି । ତେବେ ସୋମବାର ଠାରୁ ବାର୍ ଖୋଲିବାକୁ ଅନୁମତି ମିଳିଥିବା ବେଳେ । ଦିଲ୍ଲୀ ରେ ୫୦ ପ୍ରତିଶତ କ୍ଷମତାରେ ବାର ଖୋଲିବ । ମିଳିଥିବା ସୂଚନା ଅନୁସାରେ ଦିନ ୧୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବାର ଖୋଲା ରହିବ ।

ଦିଲ୍ଲୀରେ ସୋମବାର ଠାରୁ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି । ସକାଳ ୮ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତଖୋଲିବ ରେଷ୍ଟୁରାଣ୍ଟ । ପୂର୍ବରୁ କେବଳ ସକାଳ ୧୦ ଟାରୁ ୮ ଟା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ତେବେ ନୂଆ ନିଷ୍ପତ୍ତି ଅନୁସାରେ କେବଳ ୫୦% ଗ୍ରାହକ ରେଷ୍ଟୁରାଣ୍ଟରେ ବସି ଖାଦ୍ୟ ଖାଇପାରିବେ । ଏବଂ ଜୁନ୍ ୨୧ ରୁ ରାଜଧାନୀରେ ସର୍ବସାଧାରଣ, ପାର୍କ, ଉଦ୍ୟାନ, ଗଲ୍ଫ କ୍ଲବ ଏବଂ ଆଉଟଡୋର୍ ଯୋଗକୁ ମଧ୍ୟ ଅନୁମତି ଦିଆଯାଇଛି ।

ଏହା ସହିତ ୧୦ ଟାରୁ ୮ ଟା ପର୍ଯ୍ୟନ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଏବଂ ମଲ୍ ମଧ୍ୟ ଖୋଲିବା ନେଇ ଅନୁମତି ରହିଛି । ଅନ୍ୟପଟେ ବସ୍, ଅଟୋ, ରିକ୍ସା, ଟ୍ୟାକ୍ସି, କ୍ୟାବ, ଫାଷ୍ଟ ସର୍ଭିସ ଭଳି ସାଧାରଣ ପରିବହନରେ ସାମାଜିକ ଦ୍ୱରତ୍ୱ ରକ୍ଷା କରି ଯାତ୍ରା କରିବା ନେଇ ଅନୁମତି ରହିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.