ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୦-୦୬-୨୦୨୧
ନବରଙ୍ଗପୁରରେ ପୁଣି ୨୪ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯିବା ସହ , ତେଲେଙ୍ଗାନର ଏକ ଘରୋଇ ବସ ଅଟକ ରଖିଛି ପାପଡାହାଣ୍ଡି ପୋଲିସ ।ଅନ୍ୟ ରାଜ୍ୟକୁ ଦାଦନ ଚାଲାଣ ହେଉଥିବା ଖବର ପାଇ ବିଳମ୍ବିତ ରାତିରେ ପାପଡାହାଣ୍ଡି ଥାନ୍ତା ଅନ୍ତର୍ଗତ ଚାନ୍ଦିଲି ଗ୍ରାମ ନିକଟରେ ତାମିଲନାଡୁର ଏକ ଘରୋଇଇ ବସ୍ କୁ ଅଟକାଇ ଥିଲା ପୋଲିସ ।

ବସକୁ ଯାଞ୍ଚ ପରେ ସେମାନଙ୍କ ମଧ୍ୟରେ ୨ ଜଣ ନାବାଳିକା ସୂଚନା ମିଳିଛି । ଏହାସହ ୩ ଜଣ ନାବାଳକ ମଧ୍ୟ ରହିଛନ୍ତି । ବିନା ରେଜିଷ୍ଟ୍ରସନରେ ସେମାନେ ତାମିଲନାଡୁ ରାଜ୍ୟକୁ ଯାଉଥିବା ଜାଣିବାକୁ ପାଇଥିଲା ପୋଲିସ । ଏନେଇ ଥାନାରେ ଦଲାଲଙ୍କ ବିରୋଧରେ ଏକ ଏତଲା ଦେଇଥିଲେ ଅତିରିକ୍ତ ଶ୍ରମ ଅଧିକାରୀ ଗୋପାଳ କୃଷ୍ଣ ମଙ୍ଗରାଜ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
