ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୯-୦୬-୨୦୨୧
ଦେଶରେ କମୁଛି ସଂକ୍ରମଣ। ଆଉ ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଲକ୍ ଡାଉନ କୋହଳ ହେଉଥିବା ବେଳେ । ତେବେ ଏହାରି ମଧ୍ୟରେ, ଜୁନ ୨୦ରୁ ତେଲଙ୍ଗାନାରେ ସମ୍ପୂର୍ଣ୍ଣ ଲକ୍ଡାଉନ ଉଠିବା ନେଇ ସୂଚନା ମିଳିଛି। ଏଥିସହ ନାଇଟ୍ କର୍ଫ୍ୟୁ କଟକଣା ବି ରହିବ ନାହିଁ ବୋଲି ତେଲଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ହ୍ରାସ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ତେଲଙ୍ଗାନା ସରକାର ସୂଚନା ଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

