ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୯-୦୬-୨୦୨୧
ବରଗଡ ଜିଲ୍ଲା ବିଜେପୁର ବ୍ଲକର ବୁଡାପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା କୋଠା କାମ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁରାତନ ଛାତ୍ର ତଥା ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଡିଓଙ୍କୁ ଘେରାଉ କରି ଉପଯୁକ୍ତ ତଦନ୍ତ କରାଯାଇ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଥିଲେ।

‘ମୋ ସ୍କୁଲ ଅଭିଯାନ’ର ସଭାପତି ଖଗେଶ୍ବର ମେହେରଙ୍କ ଅଭିଯୋଗ ମୁତାବିକ ମୋ ସ୍କୁଲ ଅଭିଯାନ ପକ୍ଷରୁ ସ୍କୁଲକୁ ୪୫ ଲକ୍ଷ ଟଙ୍କା ଆସିଥିଲା। ହେଲେ ଉକ୍ତ ଉନ୍ନୟନ କାମ ସ୍କୁଲ କମିଟି ଦ୍ବାରା ସମ୍ଭବ ନୁହେଁ ବୋଲି ପ୍ରଶାସନ କହିବାରୁ ସଂପୃକ୍ତ ଟଙ୍କାକୁ ବ୍ଲକକୁ ଟ୍ରାନ୍ସଫର୍ କରାଯାଇଥିଲା। ଏହି ଅନୁଦାନ ଗ୍ରାମ ପଞ୍ଚାୟତ ପକ୍ଷରୁ ଦୁଇ କୋଠା ବିଶିଷ୍ଟ ଏକ କୋଠା ପ୍ଲିଣ୍ଟବେଣ୍ଟ ପର୍ଯ୍ୟନ୍ତ ନିର୍ମାଣ ହୋଇଛି।

କାମ ନିମ୍ନମାନର ହେଉଥିବା ଅନୁମାନ କରି ଅପରାହ୍ନରେ ପ୍ଲିଣ୍ଟ କଂକ୍ରିଟକୁ ଘୋଡା ଯାଇଥିବା ଇଟାକୁ କଢା ଯାଇଥିଲା। ଏହି ପ୍ଲିଣ୍ଟର ଛଡ ଦେଖାଯାଉଥିବା ବେଳେ ଗୋଡ଼ି, ସିମେଣ୍ଟ ଅପେକ୍ଷା, ଅଧିକ ପରିମାଣରେ ଇଟା ବୋଲଡର୍ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି। ଏଭଳି ନିମ୍ନମାନର କାମରେ କିଭଳି ଦୁଇ ମହଲ ବିଶିଷ୍ଟ ସ୍କୁଲ କୋଠା ନିର୍ମାଣ ସମ୍ଭବ ବୋଲି ଗ୍ରାମବାସୀ ପ୍ରଶ୍ନ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି।

ଖବର ପାଇ ବିଜେପୁର ବାଡିଓ ପଦ୍ମନାଭ ସାମନ୍ତରାୟ ଘଟଣା ସ୍ଥୁଳରେ ପହଞ୍ଚିଥିଲେ। ଉତ୍ତେଜିତ ଗ୍ରାମବାସୀ ବିଡିଓଙ୍କୁ ଘେରାଉ କରିଥିଲେ। ଏନେଇ ବିଡିଓଙ୍କୁ ପଚାରିବାରୁ ଏହା ‘ମୋ ସ୍କୁଲ ଅଭିଯାନ’ର ଅନୁଦାନ କାମ ନୁହେଁ। ବରଂ ପଞ୍ଚାୟତ ପକ୍ଷରୁ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାମ ହେଉଛି। ଏହା ନିମ୍ନମାନର କାମ ହୋଇଥିବା ସ୍ବୀକାର କରିଥିଲେ। ଟଙ୍କାଟିଏ ମଧ୍ୟ ସରପଞ୍ଚ ଜୟକୃଷ୍ଣ ଡନସନାକୁ ଦିଆଯିବ ନାହିଁ। ଏନେଇ ଜିଲ୍ଲାପାଳଙ୍କୁ ଜଣାଇବି ବୋଲି କହିବା ପରେ ଗ୍ରାମବାସୀ ନରମିଥିଲେ।

ବୁଡାପାଲି ଗ୍ରାମପଞ୍ଚାୟତ ଅଧିନରେ କମ ବୟସର ଲୋକଙ୍କୁ ଲାଞ୍ଚ ନେଇ ଭତ୍ତା ପ୍ରଦାନ, ଗୋଟିଏ ପରିବାରକୁ ଦୁଇଟି ଘର ପ୍ରଦାନ , CFC ଏବଂ SFC ପାଣ୍ଠିରେ ହୋଇଥିବା କାର୍ଯ୍ୟରେ ମଧୁଚନ୍ଦ୍ରିକା ଏବଂ କଂକ୍ରିଟ୍ ରାସ୍ତା ଅତି ନିମ୍ନମାନର ହୋଇଥିବାର ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି , ଯାହାର ଭିଜିଲାନ୍ସ୍ ତଦନ୍ତ ପୂର୍ବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିର୍ବାଚନ ମଣ୍ଡଳୀରେ ହେଉଥିବା ଦୁର୍ନୀତିର ପର୍ଦାଫାସ ଏବଂ ପିସି କାରବାର କୁ ରୋକିବାର ବ୍ୟବସ୍ଥା ନକରିଲେ ନବିନ ସରକାର ଶାସନ ନୀତି କୁ ଲୋକେ ଅଙ୍ଗୁଳୀ ନିର୍ଦ୍ଦେଶ କରିବେ ବୋଲି ଜନସାଧାରଣରେ ଆଲୋଚନା ହୁଏ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
