ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୯-୦୬-୨୦୨୧
କରୋନା ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଗତ ଦୁଇ ଦିନ ତଳେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କରୋନା ମୃତ୍ୟୁକୁ ନେଇ ସରକାର ଙ୍କୁ ପ୍ରଶ୍ନବାଚୀ କରିଥିବାବେଳେ ।
ଏବେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ବିଜେପି ବିଧାୟକ ଦଳ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଓ ସରକାରଙ୍କ କୋଭିଡ ମୃତ୍ୟୁ ତଥ୍ୟରେ ତାଳମେଳ ନାହିଁ । ଦ୍ୱିତୀୟ ଲହରରେ ରାଜ୍ୟରେ କେତେ ଜଣଙ୍କ ଜୀବନ ଯାଇଛି, ତାହାର ତଦନ୍ତ ପରେ ପ୍ରକୃତ ସଂଖ୍ୟା ବାହାର କରି ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛି ବିଜେପି ।
ସେହିପରି କରୋନାରେ ବାପା ମାଆ ହରାଉଥିବା ଅନାଥ ଶିଶୁଙ୍କୁ ସରକାରୀ ସହାୟତା ନିମନ୍ତେ ଦାବି ହୋଇଛି ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

