ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୮-୦୬-୨୦୨୧
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଜାଣିବା ନିମନ୍ତେ ଏକ ସ୍ୱତନ୍ତ୍ର ଅଡିଟ୍ କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଦାୟର ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇ ରାଜ୍ୟରେ କରୋନାଜନିତ
ମୃତ୍ୟୁକୁ ନେଇ ସରକାର ତଥ୍ୟ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ମୃତ୍ୟୁ ସଂଖ୍ୟା ନେଇ ବିଭିନ୍ନ ଜିଲ୍ଲା ଚିକିତ୍ସାଧିକାରୀଙ୍କ ରିପୋର୍ଟ ସହ ସ୍ୱାସ୍ଥ୍ୟ ବିଭାଗର ପୋର୍ଟାଲର ତଥ୍ୟରେ ତାଳମେଳ ରହୁନାହିଁ l
କୋଭିଡରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ତଥ୍ୟ ନ ରହିଲେ ସେଭଳି ପରିବାରକୁ ଥଇଥାନ କରିବା ସମ୍ଭବ ହେବ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ଏହାଛଡା କେତେକ ସହରାଞ୍ଚଳ ଓ ସଦର ମହକୁମା ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପ୍ରର୍ଯ୍ୟାପ୍ତ ପରିମାଣରେ ରାପିଡ ଟେଷ୍ଟ ଓ ଟିକାକରଣ ହୋଇପାରୁନାହିଁ। ଏ ସବୁକୁ ଦୃଷ୍ଟିରେ ରଖି ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ପ୍ରକାଶ କରିବା ସହ ଗ୍ରାମାଞ୍ଚଳରେ ଟିକାକରଣକୁ ଗୁରୁତ୍ୱ ଦେବାକୁ ଆବେଦନରେ ଉଲ୍ଲେଖ ରହିଛି।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

