ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୬-୦୬-୨୦୨୧
ଏବେ ଅସ୍ଥାୟୀ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଚିନ୍ତାରେ ପକାଇଛନ୍ତି । ପଞ୍ଜାବରେ ଏବେ ଅସ୍ଥାୟୀ ଶିକ୍ଷକଙ୍କ ଆନ୍ଦୋଳନ ଏବେବି ଜାରି ରହିଛି । ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାୟ ୧୩ ହଜାର ଶିକ୍ଷକ । ମୋହାଲିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ବିଲ୍ଡିଂ ଉପରକୁ ଚଢି ଯାଇଥିଲେ ଅନେକ ଶିକ୍ଷକ ।
ସ୍ଥାୟୀ କରାନଗଲେ ବିଲ୍ଡଂ ଉପରୁ ତଳକୁ ଡେଇଁବାକୁ ଚେତାବନୀ ମଧ୍ୟ ଦେଇଥିଲେ । ଶିକ୍ଷକମାନେ ଦୀର୍ଘ ୧୬ରୁ ୧୮ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଦରମା ମାତ୍ର ୬ ହଜାର ଟଙ୍କା ରହିଛି । କଂଗ୍ରେସ ସରକାର ଆସିବାର ୪ ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଶିକ୍ଷକଙ୍କୁ ସ୍ଥାୟୀ କରାଯାଇ ନାହିଁ । ଶିକ୍ଷକଙ୍କୁ ସ୍ଥାୟୀ କରାଯିବାର ପ୍ରତିଶ୍ରୁତି ଦେଇ ପାଲନ କରୁନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ।

