ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୩-୦୬-୨୦୨୧
ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ପାଇଲା ପରେ ର୍ନିଦ୍ଧିଷ୍ଟ ଦୋକାନ ଉପରେ ଚଢ଼ାଉ କରାଯାଇ ୧୭୦ଟି favipiravir ବକ୍ସ ଜବତ କରାଯିବା ସହ ୨୭ ପେଟି ଅନ୍ୟ ଔଷଧ ଜବତ କରାଯାଇଛି।
ଅନ୍ୟପକ୍ଷେ, କଟକରୁ ନକଲି ମେଡିସିନ ଜବତ ପରେ ଏହାର ଲିଙ୍କ୍ ନେଇ ବଲାଙ୍ଗିରରେ ଚଢାଉ ହୋଇଛି। ବଲାଙ୍ଗିର ସହର ସୁଦପଡ଼ା ସ୍ଥିତ ମୋଦି ଫାର୍ମାସ୍ୟୁଟିକାଲରେ ଚଢାଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର। ଡ୍ରଗ୍ସ କଣ୍ଟ୍ରୋଲରଙ୍କଠାରୁ ସୂଚନା ପାଇଁ ଏହି ଚଢାଉ କରାଯାଇଥିଲା। ଥଣ୍ଡା କାଶ ପାଇଁ ବ୍ୟବହୃତ ମେଡିସିନ୍ ଜବତ କରାଯାଇ ଏହାକୁ ପରୀକ୍ଷା ପାଇଁ ଲ୍ୟାବ୍ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର କହିଛନ୍ତି।
ତେବେ ପରୀକ୍ଷା ପରେ ଏହି ଔଷଧ ବାବଦରେ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି। ଜବତ ହୋଇଥିବା ମେଡିସିନ୍ ସମ୍ପର୍କରେ ସଂପୃକ୍ତ ଫାର୍ମାସ୍ୟୁଟିକାଲ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଥିଲା।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

