News portal website
before header
[URIS id=5393]

କରୋନାରେ ପହିଲି ରଜ

0 176

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୪-୦୬-୨୦୨୧

ଓଡିଆରେ ବାର ମାସରେ ତେର ପରବ ମଧ୍ୟରୁ ରଜ ପର୍ବର ରହିଛି ଅନେକ ସ୍ୱତନ୍ତ୍ରତା । ଜ୍ୟେଷ୍ଠ ମାସରେ ପାଳନ ହୋଇଥାଏ ୩ ଦିନିଆ ରଜ ମହୋତ୍ସବ । ପ୍ରଥମରେ ପହିଲି ରଜ, ୨ୟରେ ରଜ ସଂକ୍ରାନ୍ତି ଏବଂ ତୃତୀୟରେ ଭୂମିଦହନ । ତେବେ ଏହି ୩ ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ ।

ସେଥିପାଇଁ ଧରିତ୍ରୀକୁ ବିଶ୍ରାମ ଦେବା ପାଇଁ କୁମାରୀ ଝିଅ ତଥା ବୋହୁମାନେ କିଛି କାମ କରିନଥାଆନ୍ତି । ପରମ୍ପରା ମୁତାବକ ସଜବାଜରେ ହିଁ ଘରର ସମସ୍ତ କାମ ସାରିବାକୁ ପଡିଥାଏ । ଅର୍ଥାତ ପିଠା ପଣା ସବୁ ସଜବାଜରୁ ହିଁ ହୋଇଥାଏ । ଏଥିପାଇଁ କୁମାରୀମାନେ ୩ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି ।ବରଷକେ ଥରେ ରଜ ପାଳିବାକୁ ସେତ ଯେପରି ଅନାଇ ରହିଥାନ୍ତି ସଭିଏଁ । କେବଳ ସେତିକି ନୁହେଁ ପାନ ଖାଇ ମାତିଯାଆନ୍ତି ବିଭିନ୍ନ ଖେଳକୁଦରେ । ତେବେ ଏଥର ମଧ୍ୟ ପୂର୍ବଭଳି ରଜ ପର୍ବରେ ପଡିଛି କରୋନା ଛାଟ ।

କରୋନା ପାଇଁ ଏଥର ଲକଡାଉନ ଥିବାରୁ ଏଥର ରଜ ଉତ୍ସବ ଫିକା ପଡିବାର ଦେଖାଦେଇଛି । ତଥାପି ଓଡିଆ ପରମ୍ପରାକୁ ବଜାୟ ରଖିବାକୁ ଘରେ ଘରେ ଲାଗିଛି ଉତ୍ସବର ମାହୋଲ । ପିଠା ପଣାରେ ମହକୁଛି ପ୍ରତି ଘର ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.