ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

ତା-୧୧- ୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲାରେ ନିଶାସେବନ ବଢିବା ସହ ଅପରାଧ ମଧ୍ୟ ବଢି ଚାଲିଛି।ବର୍ତମାନ ସମୟରେ ଗାଁ ଗଣ୍ଡାରେ ହଣା,କଟା,ମାରପିଟ, ଚୋରି ରାହାଜନି ବଢିବାରେ ଲାଗିଛି।କିଛି ଦିନ ପୂର୍ବରୁ କପ୍ତିପଦାରେ ବିଜେପି ପ୍ରଭାରିଙ୍କୁ। ନିଶାସକ୍ତ ଯୁବକ ମାନେ ପିଟି ପିଟି ମାରିଦେବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ,ଆଜି ମୋରୋଡା ଥାନା ଅଧୀନରେ ଥିବା ଜୁଆଳିଭଙ୍ଗା ପଞ୍ଚାୟତର ମହୁଲବଣୀ ଗାଁ ରେ ଜଣେ ନାବାଳକକୁ ତିନିଜଣ ନିଶାସକ୍ତ ମିଳିମିଶି ଟାଙ୍ଗିଆରେ ହାଣି ମାରିଦେଇଛନ୍ତି।
କମଳଲୋଚନ ମହାନ୍ତ ଓ ରଘୁନାଥ ମହାନ୍ତଙ୍କ ମଧ୍ୟରେ ଜମି ଜବରଦଖଲକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗିରହିଥିଲା, ହଠାତ କମଳଲୋଚନ ମହାନ୍ତ ଜୀତେନ୍ଦ୍ର ମହାନ୍ତ ଓ ସୁଧାକର ମହାନ୍ତ ନିଶା ସେବନ କରି ରଘୁନାଥ ମହାନ୍ତଙ୍କ ଘରକୁ ଆସି ତାକୁ ଖୋଜିଥିଲେ ଓ ଗାଳି ଗୁଲଜ କରିଥିଲେ।ସେହି ସମୟରେ ରଘୁନାଥ ମହାନ୍ତଙ୍କ ନାତି ହରେକୃଷ୍ଣ ମହାନ୍ତ(୧୬) ସେମାନଙ୍କୁ ପାଟି କରିଥିବାରୁ ତିନି ଜଣ ଉତ୍ୟକ୍ତ ହୋଇ ଟାଙ୍ଗିଆରେ ଗୋଡାଇ ଗୋଡାଇ ହାଣିଥିଲେ।
ଲୋକମାନେ ପାଟି କରିବାରୁ ତିନିଜଣ ଛାଡି ପଳାଇଥିଲେ। ନାବାଳକକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।ସେଠାରୁ ବାରମାଇଲ ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ଡାକ୍ତର ମାନେ ନାବାଳକ ମୃତ୍ୟୁ ଘୋଷଣା କରିଥିଲେ।ପୁଲିସ ଖବର ପାଇ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କମଳଲୋଚନ ମହାନ୍ତ ଫେରାର ଅଛି।ପୁଲିସ ଘଟଣାର ତଦନ୍ତ ଚଳାଉଛି ଏବଂ ମୁଖ୍ୟ ଅଭିଯୁକ୍ତକୁ ବହୁତ ଶୀଘ୍ର ଧରିବେ ବୋଲି ସୂଚନା ପ୍ରଦାନ କରିଛି।
