ଅଷ୍ଟିନ ନ୍ୟୁଜ୍/ ମୟୂରଭଞ୍ଜ

ତା-୧୧-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ରାଜ୍ୟ କଂଗ୍ରେସ ତୈଳ ଧର ବୃଦ୍ଧିକୁ ନେଇ ଓଡିଶାର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇ ଅଛି ।ଫଳରେ ଆଜି ରାଜ୍ୟର ଯେଉଁଠି ପେଟ୍ରୋଲ ଓ ଡିଜେଲ ବିକ୍ରି କରାଯାଇଛି ତାର ଆଗରେ ସକାଳ ୭ରୁ ଦିନ ୧୧ ଟା ପର୍ଯ୍ୟନ୍ତ କଂଗ୍ରେସର କର୍ମୀମାନେ ପ୍ରତିବାଦ କରିବେ । କପ୍ତିପଦା ଉପଖଣ୍ଡରେ ଅନେକ ପମ୍ପ ଅଛି ଏପରିକି ଉଦଳା ବଜାରରେ ୬ଟି ପମ୍ପ ଅଛି କିନ୍ତୁ କଂଗ୍ରେସର କିଛି କର୍ମୀମାନେ ସମସ୍ତ ପମ୍ପ ଗୁଡିକ ଆଗରେ କିଛି ସମୟ ତୈଳର ଅହେତୁକ ମୂଲ୍ୟ ବୃଦ୍ଧି କୁ ନେଇ ପ୍ରତିବାଦ କରିଅଛନ୍ତି ।
ଉଦଳା କଂଗ୍ରେସର ବରିଷ୍ଠ ନେତା ଦୁର୍ଗାଚରଣ ଟୁଡୁ , ଯୁବ ନେତା ଦୁଃଖୀଶ୍ୟାମ ମୁର୍ମୁ , ନାରାୟଣ ପଟ୍ଟନାୟକ , ଉତ୍ତମ ବେହେରା , ସଂଜୀବ କୁମାର ଭୋଳ , ନଗର ସଭାପତି , ବ୍ଲକ ସଭାପତି ଓ କିଛି କର୍ମୀମାନେ ପ୍ରତିବାଦ ରେ ସାମିଲ ହୋଇ ଥିଲେ । ଗତ ନିର୍ବାଚନରେ କଂଗ୍ରେସରୁ ଟିକେଟ ପାଇ ଲଢିଥିବା ନେତା ବେଣୁଧର ମହାପାତ୍ର ଅନୁପସ୍ଥିତି ଥିବା ବେଳେ ଅନେକ ତୁଙ୍ଗନେତା ମଧ୍ୟ ଉପସ୍ଥିତ ନଥିଲେ ଯାହାଫଳରେ ପ୍ରତିବାଦର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ନପଡିଲା ପରି ଜଣା ପଡୁଥିଲା।
ତୈଳର ଦର ବୃଦ୍ଧି ଫଳରେ ସମସ୍ତ ଦୈନନ୍ଦିନ ଜୀବନରେ ଆବଶ୍ୟକ ଖାଦ୍ୟଠୁ ଆରମ୍ଭ କରି ସମସ୍ତ ସାମଗ୍ରୀର ମୂଲ୍ୟ ବଢୁଛି ଫଳରେ ଲୋକଙ୍କୁ ଏହା ବାଧୁଛି ।କଂଗ୍ରେସର ଏପରି ପ୍ରତିବାଦକୁ ବଡ଼ଧରଣ କରାଯାଇଥିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନିଶ୍ଚିତ ଚାପ ଲାଗି ଥାଆନ୍ତା । ତତସହ ତୈଳର ମୂଲ୍ୟ ବୃଦ୍ଧି ହୁଏତ କମାଇ ପାରି ଥାଆନ୍ତେ ବୋଲି କିଛି ଲୋକମାନେ କହୁଥିବାର ଦେଖିବା ପାଇଁ ମିଳିଥିଲା
