ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୦-୦୬-୨୦୨୧
ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ୨୫ କୋଟି ଟଙ୍କାର ସହାୟତା । କୋଭିଡ୍ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ୨୫ କୋଟି ଟଙ୍କା । ଏହି ଅର୍ଥରେ ଅକ୍ସିଜେନ ସିଲିଣ୍ଡର, ମାସ୍କ, ଗ୍ଲୋବ୍ସ କିଣା ପରେ ଏବେ ହାତକୁ ନିଆଯାଇଛି ଅନେକ ଯୋଜନା । ଆର୍ଟି-ପିସିଆର୍ ମେସିନ କିଣାଯାଇଥିବା ବେଳେ ଟେକ୍ନସିଆନ୍ ନିଯୁକ୍ତ ହୋଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସହାୟତା ଅର୍ଥରେ ଅନେକ ମେଡିକାଲରେ ଅତିରିକ୍ତ ଆଇସିୟୁ ବେଡ୍ ପ୍ରସ୍ତୁତ କରାଯାଇଛି ।

ଆବଶ୍ୟକ ସ୍ଥାନରେ ଅଟୋ-ସାନିଟାଇଜିଂ ମେସିନ୍ର ଲଗାଯାଇଛି । ଏହି ଟଙ୍କାରେ ବିଭିନ୍ନ ଡାକ୍ତରଖାନାରେ ବିଶୁଦ୍ଧ ପିଇବା ପାଣିର ସମସ୍ୟା ମଧ୍ୟ ଦୂର କରାଯାଇଛି । ଏହି ସୁବୁର ବ୍ୟବସ୍ଥାର ଶୁକ୍ରବାର ଭର୍ଚୁଆଲ ଜରିଆରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଡବ୍ଲୁଓଡିସି ପୋଲ, ରାସ୍ତା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ହାତକୁ ନେଉଥିବା ବେଳେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ୍ ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି । ଏହି ପ୍ରୟାସ ଧୀରେ ଧୀରେ ଆଗକୁ ବଢ଼ିବ ବୋଲି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
