News portal website
before header
[URIS id=5393]

ଧାନ ବିକ୍ରି ହେଲା ନାହିଁ, ରାଜରାସ୍ତାରେ ଚାଷୀ

0 299

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୦-୦୬-୨୦୨୧

ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ ବିକ୍ରି ନେଇ ଚାଲିଛି ଅଚଳାବସ୍ଥା।ଏହାର ସମାଧାନ ଦାବିରେ ଶେଷରେ ଚାଷୀ ରାଜରାସ୍ତାରେ ।ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି ।ଚାଷୀମାନେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଜିଲ୍ଲା କୃଷକ ସଙ୍ଗଠନ ଉପସଭାପତି ବୈକୁଣ୍ଠନାଥ ଶତପଥୀଙ୍କ ନେତୃତ୍ୱରେ ଚାଷୀମାନେ ୮ ଦଫା ଦାବି ନେଇ ରାସ୍ତାରୋକ କରିଛନ୍ତି । ଚାଷୀମାନେ ଧାନ ଚାଷ କରିଥିବା ସଂପୂର୍ଣ୍ଣ ଜମିର ପଞ୍ଜୀକରଣ କରାଯାଉ, ବାଦ୍ ପଡିଥିବା ଭାଗ ଚାଷୀଙ୍କ ନାମକୁ ସାମିଲ କରିବା ପାଇଁ ଦାବି କରିଛନ୍ତି ।ଏହାସହ, ମିଲର ଓ ପେକ୍ସ ମଧ୍ୟରେ ଦଲାଲ ରାଜ ବନ୍ଦ କରାଯାଉ,ଏଫ.ଏ .କ୍ୟୁ ମାନ ଧାନ ଆଳ ହେଖାଇ ଚାଷୀଙ୍କ ଠାରୁ କଟଣି ଛଟଣି ସମ୍ପୂର୍ଣ୍ଣ ବନ୍ଦ କରାଯାଉ ,ଧାନ କ୍ରୟ ବେଳେ ଚାଷୀଙ୍କ ଅଖା ବସ୍ତା, ପଲିଥନ ବସ୍ତା ଫେରସ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ପୂର୍ବରୁ ମଧ୍ୟ ୮ଦଫା ସମ୍ବଳିତ ଏକ ଦାବିପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରଯାଇଥିଲା କିନ୍ତୁ ଚାଷୀମାନଙ୍କ ଏହି ଦାବି ଜିଲ୍ଲା ପ୍ରଶାସନ ସମାଧାନ କଲେ ନାହିଁ ଫଳରେ ଚାଷୀ ବାଧ୍ୟ ହୋଇ ଆଜି ରାସ୍ତକୁ ଆନ୍ଦୋଳନ କରିବାକୁ ବାହାରିଲା ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.