News portal website
before header
[URIS id=5393]

ବିର୍ସା ମୁଣ୍ଡାଙ୍କ ୧୨୧ତମ ଶହୀଦ ଦିବସ;ପାଳନରେ ସାମିଲ ଆବଳବୃଦ୍ଧବନିତା

0 243

ଅଷ୍ଟିନ ନ୍ଯୁଜ/ମୟୁରଭଞ୍ଜ

Notice

ତା-୦୯-୦୬-୨୦୨୧

ଆଜି ହେଉଛି ବିର୍ସାମୁଣ୍ଡାଙ୍କର ୧୨୧ତମ ଶହୀଦ ଦିବସ।ସାରା ରାଜ୍ଯ ପାଳନ କରୁଛି ଶ୍ରଦ୍ଧାଞ୍ଜଳି, ସ୍ମାରକୀ ସ୍ଥଳରେ ବିଜୟ ଗାଥା ମନେ ପକାଇ ଉଦଜିବିତ କରିଛନ୍ତି ନେତା, ରାଜନେତା, ଶାସକ, ପ୍ରଶାସକ, ସମାଜସେବୀ, ସାମ୍ବାଦିକ, ଏବଂ ଯୁବପିଢି ସମସ୍ତେ ସାମିଲ।

ଏହି ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରରେ ଥିବା ମସଜିଦ ଛକ ନିକଟରେ ସହିଦ ବିର୍ସାମୁଣ୍ଡାଙ୍କର ୧୨୧ତମ ଶହୀଦ ଦିବସ ପାଳନ କରାଯାଇଅଛି।ଏଥିରେ ଉଦଳାର କଂଗ୍ରେସର ବରିଷ୍ଠ ଯୁବନେତା ଦୁଃଖିଶ୍ୟାମ ମୁର୍ମୁ,ଜିଲ୍ଲା ପରିଷଦ ସଭ୍ୟ ଚକ୍ରଧର ସିଂ, ସାମ୍ବାଦିକ ସନ୍ତୋଷ ବାଛିନି, ଅବସର ସେନା କର୍ମଚାରୀ ସୁରେନ୍ଦ୍ର ସୋରେନ, ଆଦିବାସୀ ସଂସ୍କୃତିର ନେତା ଲାଲ ମୋହନ ମାରଣ୍ଡି, ବ୍ୟବସାୟୀ ମୁନ୍ନା ବାବୁ, ପ୍ରମୁଖ ବିର୍ସାମୁଣ୍ଡାଙ୍କର ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ବ୍ରିଟିଶ ବିରୁଦ୍ଧରେ ଆଦିବାସୀ ମାନଙ୍କୁ ମେଳି କରି ଧନୁ ତୀର ମାଧ୍ୟମରେ ବ୍ରିଟିଶ ମାନଙ୍କ ସହ କିପରି ଲଢେଇ କରିଥିଲେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।ତତସହ ଏକ ଭରଚୁଆଲ ମିଟିଂ ମାଧ୍ୟମରେ ସହିଦ ଭଗତ ସିଂଙ୍କ ଅଣନାତି ଯଶପାଲ ସିଂ,କ୍ରାନ୍ତିକାରୀ ସହିଦ ସ୍ମୃତି ଆୟୋଜନ ସମିତିର ଉପାଦକ୍ଷ ସତ୍ୟନାରାୟଣ ମିଶ୍ର, ରାଜ୍ୟ ଆବାହକ ଡ଼କ୍ଟର ବିନୟ ଭୂୟାଁ, ଏ ଡି ଇ ଓ ଶଶୀଧର ସିଂ, ଏ ପି ଓ ବିରବଲ ସିଂ, ଶ୍ୟାମା ଖୁଣ୍ଟା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଲ୍କାନ ପ୍ରଭୁ ଦୟାଲ ନାଗ,ପାରାଦ୍ୱୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ପରେଶ ମୁର୍ମୁ ଓ ବହୁ ପ୍ରମୁଖ ଆଦିବାସି ନେତା ମାନେ ଯୋଗ ଦେବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.