ଅଷ୍ଟିନ ନ୍ଯୁଜ/ଯାଜପୁର

ତା-୦୭-୦୬-୨୦୨୧
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଗୋଡିମାଗୁରା ଗ୍ରାମର ଚାରିଛକରେ ଗାଡି ଦୁର୍ଘଟଣା। ଆଜି ଅପରାହ୍ନ ୨ଟା ୩୦ ସମୟରେ ଲୋଥକା ଆଡୁ ଗୋଡିମାଗୁରା ଅଭିମୁଖେ ଯାଉଥିବା ମହିନ୍ଦ୍ରା କାର OD-O2BQ-7715 ଏକ ବଜାଜ ଡିସ୍କଭର ଗାଡିକୁ ଧକ୍କା ଦେଇଥିଲା।
ଧକ୍କା ଦେବା ଦ୍ବାରା ମହିନ୍ଦ୍ରା କାରର ଆଗ ମାଡ ହୋଇଥିବା ବେଳେ ଡାହାଣ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଗାଡିଟି ରମେଶ ସାହୁ ଙ୍କ ନାମରେ ଥିବା ବେଳେ ମାତ୍ର ତିନିମାସର ବୋଲି ଜଣାପଡିଛି।

ମଟରସାଇକେଲ ଚାଳକ ସହ ପଛରେ ବସିଥିବା ଜଣେ ବ୍ୟକ୍ତି ଗୁରୁତର ଭାବରେ ତଳେ ପଡିଯାଇଥିଲେ।ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଡାକ୍ତର ଖାନା ବିଦା କରିଥିଲେ। ମଟର ସାଇକେଲ ଚାଳକଙ୍କ ଗୋଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି।ଗାଡି ଦୁର୍ଘଟଣା ହେବା ଫଳରେ ସ୍ଥାନୀୟ ଲୋକେ ଜମା ହେବା ସହ କିଛି ସମୟ ପର୍ଯ୍ୟନ୍ତ ହୋହାଲ୍ଲା କରିଥିଲେ।

