ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୮-୦୬-୨୦୨୧
ଭାରତରେ ‘ବି.୧.୧.୨୮.୨’ ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି। ପୁଣେର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି) ଦ୍ବାରା ଜିନୋମ୍ ସିକ୍ରେନ୍ସିଙ୍ଗ୍ କରାଯାଇ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବ୍ରାଜିଲ ଓ ବ୍ରିଟେନରୁ ଆସିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ନାକ ଓ ଗଳା ସ୍ଵାବରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଥିଲା।

ବିଶେଷଜ୍ଞଙ୍କ କହିବା ମୁତାବକ ଏହି ନୂଆ ଭାରିଆଣ୍ଟ ‘ଡେଲ୍’ ଭାରିଆଣ୍ଟ ସହିତ ପ୍ରାୟତଃ ସମାନ । ଆଲ୍ ଭାରିଆଣ୍ଟଠାରୁ ଏହା ଅଧିକ ବିପଜ୍ଜନକ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ବି.୧.୧.୨୮.୨ ଭାରିଆଣ୍ଟରେ ସଂକ୍ରମିତ ହେଲେରୋଗୀଙ୍କ ଓଜନ ୭ ଦିନ ମଧ୍ୟରେ ହ୍ରାସ ପାଇବ ଏହି ଭାରିଆଣ୍ଟରେ ସଂକ୍ରମଣ ତୀବ୍ର ହେଲେ ରୋଗୀର ଫୁସ୍ଫୁସ୍ ସଂକ୍ରମିତ ହୋଇଥାଏ ।
ବୈଜ୍ଞାନିକମାନେ ଏହା ଉପରେ ପାଖାପାଖି ୭ ଦିନ ପର୍ଯ୍ୟନ୍ତ ପରୀକ୍ଷା କରିଥିଲେ।ଉଲ୍ଲେଖଯୋଗ୍ୟ, ଗତବର୍ଷ ଭୂତାଣୁର ଆଲ୍ ଭାରିଆଣ୍ଟ ବ୍ରିଟେନ୍ରେ ବୃହତ୍ ସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରିଥିଲା। ଏ ପର୍ଯ୍ୟନ୍ତ ବିଶ୍ବରେ ସାର୍ସ-କୋଭିଡ-୨ର ଅନେକ ଭାରିଆଣ୍ଟ ମିଳିସାରିଲାଣି । ଏଥିରୁ ଗୋଟିଏ ବି.୧.୬୧୭ ଭାରିଆଣ୍ଟ ଭାରତରେ ପ୍ରଥମେ ଠାବ କରାଯାଇଥିଲା।

ଏହି ଭୂତାଣୁର ଆଉ ଏକ ରୂପ ବି.୧.୬୧୭.୨ ରହିଛି, ଯାହାକୁ ଡେଲ ବୋଲି କୁହାଯାଉଛି । ଏହାକୁ ଅଧିକ ସଂକ୍ରାମକ ବିବେଚନା କରାଯାଉଛି। ଏହି ଭାରିଆଣ୍ଟକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଚିତ୍ତାପ୍ରକାଶ କରିଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
