କଟକ / ଅଷ୍ଟିନ୍ ନ୍ୟୁଜ

ତା – ୦୮-୦୬-୨୦୨୧
ବିଷ୍ଣୁପ୍ରିୟା ସ୍ଵାଇଁ ହେଉଛନ୍ତି ସିଲଭର୍ ସିଟି ର ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ। ସେ ଜଣେ ମାଧବୀ ଛାତ୍ରୀ ମଧ୍ୟ। କିନ୍ତୁ କୋଭିଡ ସମୟରେ ସେ ପାଲଟିଛନ୍ତି ଅନଲାଇନ୍ ଡେଲିଭରି ଗାର୍ଲ, ଆଉ ସମସ୍ତଙ୍କ ପାଇଁ ସାଜିଛନ୍ତି ଏକ ବିରଳ ଉଦାହରଣ। କରୋନା ସମୟରେ ତାଙ୍କ ବାପା ଙ୍କ କାମ ବନ୍ଦ ହୋଇଯିବାରୁ, ନିଜର ପରିବାର ପୋଷିବା ପାଇଁ ଓ ବାପା ଙ୍କୁ ସାହାଯ୍ୟ ର ହାତ ବଢାଇବା ପାଇଁ ଆଗେଇ ଆସିଛନ୍ତି ବିଷ୍ଣୁପ୍ରିୟା।
ବାପାଙ୍କ ବାଇକ କୁ ନିଜ ସାଥୀ କରି, ଘରେ ଘରେ ଖାଦ୍ୟ ପହଞ୍ଚୁଛନ୍ତି, ଓ କାମ ରୁ ଫେରିବାପରେ, ପାଠ ପଢୁଛନ୍ତି। ଅନଲାଇନ ଫୁଡ୍ ଡେଲିଭର ଜୋମାଟୋ ରେ ଅନେକ୍ ଡେଲିଭରି ବୟ କାମ କରୁଛନ୍ତି, କିନ୍ତୁ ଜଣେ ଝିଅ ଭବରେ ସେ ହେଉଛନ୍ତି କଟକ ର ପ୍ରଥମ। ସେଥିପାଇଁ ସେ ଏବେ ବହୁ ଚର୍ଚ୍ଚିତ।
ବିଷ୍ଣୁପ୍ରିୟା ଙ୍କ ଘର କଟକ ର କାଠଗଡା ସାହି ରେ। ଶୈଳବାଳା ମହିଳା ମହାବିଦ୍ୟାଳୟ ର +୨ ର ସେ ହେଉଛନ୍ତି ଜଣେ ମେଧାବୀ ଛାତ୍ରୀ। ପରିବାରରେ କେବଳ ବାପା, ମା ଓ ଦୁଇ ଭଉଣୀ। ତାଙ୍କ ବାପାଙ୍କ ଟ୍ରାନ୍ସପୋର୍ଟ ରେ କାମ ବନ୍ଦ ହେବା ଓ ପରେ ଅସୁସ୍ଥତା କାମ ନମିଳିବାରୁ, ପରିବାର ର ସବୁ ବୋଝ ୧୮ ବର୍ଷୀୟ ଏହି ଝିଅ ଉଠାଇଥିଲେ ନିଜ କାନ୍ଧକୁ। ଏତେ କଷ୍ଟ ପରେ ବି କଠୋର ପରିସ୍ଛିତି ଆଗରେ ହାର୍ ନ ମାନି ନିଜର ଦକ୍ଷତା ସାବ୍ୟସ୍ତ କରିଛନ୍ତି ବିଷ୍ଣୁପ୍ରିୟା।

ସକାଳୁ କଲେଜ ର ଅନଲାଇନ୍ କ୍ଲାସ ସାରିବା ପରେ ପରେ ବାଇକ ଧରି ସେ ସେ ବାହାରି ପଡ଼ନ୍ତି ଖାଦ୍ୟ ଡେଲିଭର କରିବାକୁ। ପୁଣି ସନ୍ଧ୍ୟାରେ ଘରକୁ ଫେରି ନିଜ ପାଠପଢା କୁ ସମୟ ଦିଅନ୍ତି। ଅର୍ଡର ପିଛା ମାତ୍ର ୧୨-୧୫ ଟଙ୍କା ହିସାବରେ ମାସକୁ ମାତ୍ର ୭-୮ ହାଜର ପାରିଶ୍ରମିକ ମିଳିଥାଏ। ସେଥିରେ ତାଙ୍କ ପାଠପଢା ଖର୍ଚ୍ଚ ସହ ଘର ମଧ୍ୟ ଚଳାଉଥିବାର କହିଛନ୍ତି ବିଷ୍ଣୁପ୍ରିୟା। “ମୁଁ ଭବିଷ୍ୟତରେ ଡାକ୍ତର ହେବାର ଲକ୍ଷ୍ୟ ରଖିଛି। ନିଜେ ରୋଜଗାର କରିବା ସହ ପାଠପଢା ଜାରି ରଖି ସଫଳ ହେବାକୁ ସଙ୍ଘର୍ଷ କରି ଚାଲିବି” ବୋଲି କହିଛନ୍ତି, ବିଷ୍ଣୁପ୍ରିୟା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
