ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୮-୦୬-୨୦୨୧
ଫେଲ୍ ମାରିଲା ମୋବାଇଲ୍ ଦୋକାନରୁ ଚୋରି । ଚୋରି କରୁଥିବା ବେଳେ ଧରା ପଡିଲେ ଦୁଇ ଚୋର । କାବୁକରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଏପରି ଏକ ଘଟଣା ଘଟିଛି କେନ୍ଦୁରଝର ଜିଲ୍ଲା ଆନନ୍ଦପୁର ଦୁର୍ଗା ମାର୍କେଟରେ ।ସୂଚନା ଅନୁସାରେ, ଲକ୍ ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ରହୁଛି । ଏହାର ସୁଯୋଗ ନେଇ ସୋମବାର ରାତିରେ ଆନନ୍ଦପୁର ଉପଖଣ୍ଡ ସାଇଁକୂଳ ଦୁର୍ଗା ମାର୍କେଟ୍ ଠାରେ ଚୋରି ଉଦ୍ୟମ କରିଥିଲେ କିଛି ଚୋର ।

ଯାହା ଫେଲ୍ ମାରିଥିଲା । ଦୁଇଜଣ ଯୁବକ ମାର୍କେଟରେ ଥିବା ଏକ ମୋବାଇଲ୍ ଦୋକାନର ସ୍କାଇଲାଇଟ୍ ଭାଙ୍ଗି ଚୋରି ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖିଥିଲେ ।ସେମାନେ ଚୋରଙ୍କୁ କାବୁକରି ପୋଲିସର ଜିମା ଦେଇଥିଲେ । ସଂପୃକ୍ତ ଯୁବକଙ୍କୁ ଅଟକ ରଖି ରାମଚନ୍ଦ୍ରପୁର ପୋଲି ତଦନ୍ତ ଜାରି ରଖିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
